ଅଙ୍ଗନବାଡି ସଙ୍ଘର ୧୨ ଦଫା ଦାବି

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଅଙ୍ଗନବାଡି କର୍ମୀ ଚୟନରେ ପୂର୍ବଭଳି ଆଦିବାସୀ, ହରିଜନ ଓ ସାଧାରଣବର୍ଗ ତଥା ଗରିବ ଶ୍ରେଣୀର ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେବା ଦିଆଯାଉ ।
ନୂତନ ଖାଦ୍ୟ ତାଲିକାର ମୂଲ୍ୟ ବୃଦ୍ଧି ସହ, ବଜାର ଅନୁସାରେ ଅଣ୍ଡା ଦର ବୃଦ୍ଧି ହେଉ । ଏଭଳି ୧୨ ଦଫା ଦାବି ନେଇ ସୋମବାର ଅଙ୍ଗନବାଡି ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ନବରଙ୍ଗପୁର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହ ଗ୍ରୀଷ୍ମଦିନରେ ଅଙ୍ଗନବାଡିକୁ ଗୋଟଏ ମାସ ଛୁଟି କରିବାକୁ ଦାବି ହୋଇଛି ।
ସୂଚନା ଅନୁସାରେ, ସଙ୍ଘ ସମ୍ପାଦିକା ପ୍ରତିମା ଭତ୍ରା ଏହାର ନେତୃତ୍ୱ ନେଇଥିଲେ । ଶତାଧିକ କର୍ମୀ, ସହାୟିକା, ମିନି ଅଙ୍ଗନବାଡି କର୍ମୀ ଏଥିରେ ସାମିଲ ହୋଇଥିଲେ । ସଙ୍ଘର ଅନ୍ୟ ଦାବିଗୁଡିକ ମଧ୍ୟରେ ଅଙ୍ଗନବାଡି କର୍ମୀ, ସହାୟିକା ଓ ମିନି ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କର୍ମୀଙ୍କୁ ମାସିକ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା ଦେବା, କର୍ମୀଙ୍କୁ ସୁପରଭାଇଜର୍ ପଦବୀକୁ ପଦୋନ୍ନତି କରିବା ରହିଛି । ସେହିପରି, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଜୀବନଜ୍ୟୋତି ଯୋଜନା, ସୁରକ୍ଷା ବୀମା ଓ ଆୟୁଷ୍ମାନ ଭାରତ ଚିକିତ୍ସା ବୀମା ଅଙ୍ଗନବାଡି କର୍ମୀମାନଙ୍କ ପାଇଁ ଲାଗୁ କରିବାକୁ ଦାବି ହୋଇଛି । ଗ୍ରୀଷ୍ମଦିନରେ ଅଙ୍ଗନବାଡିକୁ ଗୋଟଏ ମାସ ଛୁଟି କରିବାକୁ ଦାବିପତ୍ରରେ କୁହାଯାଇଛି । ବିଡିଓ ସୁକାନ୍ତ ପ;ନାୟକ କର୍ମୀଙ୍କ ଦାବିପତ୍ର ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons