ଅଚେତ୍ ହେବାର ନାଟକ କଲେ, ଭାଲୁ ଚାଲିଗଲା

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ଉପସ୍ଥିତ ବୁଦ୍ଧି ଯୋଗୁଁ ଭାଲୁ ହାବୁଡ଼ରୁ ମୁକୁଳିଛନ୍ତି କେନ୍ଦୁଝର ସଦର ଫରେଷ୍ଟ ସେକ୍ସନ ରଘୁନାଥପୁର ପଞ୍ଚାୟତ, ଖାଡିଆଡିହା ଗ୍ରାମର ଶୁକଦେବ ନାଏକ(୫୦) । ଦୁଇଟି ଭାଲୁ ହାବୁଡରେ ପଡି କ୍ଷତାକ୍ତ ହୋଇଥିଲେ ବି ତାଙ୍କ ଜୀବନ ବଞ୍ଚôଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ସୋମବାର ସକାଳ ପ୍ରାୟ ସାଢେ ୬ଟାବେଳେ ଶୁକଦେବ ଧାନ କିଆରିକୁ ଚଢେଇ ଘଉଡାଇବା ପାଇଁ ଯାଇଥିଲେ । ଚଢେଇ ଘଉଡାଇ ସାରି ଶୌଚ ପାଇଁ ବସିଥିବା ସମୟରେ ହଠାତ ଦୁଇଟି ଭାଲୁ ସେଠାରେ ପହଞ୍ଚିଥିଲେ । ସେ କିଛି ଚିନ୍ତା କରିବା ପୂର୍ବରୁ ହଠାତ୍ ଗୋଟିଏ ଭାଲୁ ଶୁକଦେବଙ୍କୁ ଆକ୍ରମଣ କରିଥିଲା । ଶୁକଦେବ ଭାଲୁ କବଳରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଓ ଶୁକଦେବ ତଳେ ପଡିଯାଇଥିଲେ । ତଳେ ପଡିଯିବା ପରେ ଶୁକଦେବ କିଛି ସମୟ ପାଇଁ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରି ଅଚେତ୍ ହେବାର ନାଟକ କରିଥିଲେ । ଭାଲୁଟି ତାଙ୍କ ନିକଟରେ କିଛି ସମୟ ଠିଆ ହେବା ପରେ ତାଙ୍କ ଶରୀରକୁ ଶୁଙ୍ଘି ସ୍ଥାନ ଛାଡି ଚାଲିଯାଇଥିଲା । ଫଳରେ ଶୁକଦେବଙ୍କ ଜୀବନ ରକ୍ଷା ହୋଇଯାଇଥିଲା । ଭାଲୁଟି ତାଙ୍କ ହାତ, ବାହୁ, କାନ ଏବଂ ମୁଣ୍ଡକୁ କାମୁଡି ଗୁରୁତର କରି ଦେଇଥିଲା । ଭାଲୁ ଦୁଇଟି ସ୍ଥାନ ଛାଡି ଯିବାପରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରୁ ଯାଇ ଘରେ ପହଞ୍ଚିଥିଲେ । ପରିବାରଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons