ଅଚେତ ଯୁବକକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି

Get real time updates directly on you device, subscribe now.

ଚଣ୍ଡିଖୋଲ : ଟ୍ରାଫିକ ପୋଲିସର ପୁଣି ମହାନତା । ଅଚେତ ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଟ୍ରାଫିକ ପୋଲିସର ଉଦ୍ୟମକୁ ଚାରିଆଡୁ ପ୍ରଶଂସା ମିଳୁଛି ।
ଖବର ଅନୁଯାୟୀ, ଚଣ୍ଡିଖୋଲ ଛକର ଜଣେ ଯୁବକ ବାଲେଶ୍ୱର ଅଭିମୁଖେ ଯିବା ଲାଗି ବସ୍‌କୁ ଅପେକ୍ଷା କରିଥିଲା । ଏହି ସମୟରେ ହଠାତ୍‌ ଯୁବକ ଜଣଙ୍କୁ ସେଠାରେ ଅଚେତ ହୋଇପଡିଥିଲେ । ଏହା ଦେଖି ନିକଟରେ ଥିବା ଟ୍ରାଫିକ ପୋଷ୍ଟରେ ଥିବା ଟ୍ରାଫିକ ପୋଲିସ କର୍ମଚାରୀ କୈବଲ୍ୟ ମଲ୍ଲିକ ଯୁବକଙ୍କ ପାଖରେ ପହଞ୍ଚି ଆମ୍ବୁଲାନ୍ସ ଡକାଇଥିଲେ । ଯୁବକଙ୍କୁ ଅଚେତ ଅବସ୍ଥାରେ ଆମ୍ବୁଲାନ୍ସରେ ବଡଚଣା ମେଡିକାଲକୁ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ତେବେ ସଠିକ୍‌ ସମୟରେ ଟ୍ରାଫିକ ପୋଲିସଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons