କପିଲାଭଟା,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡିଆଳ ୫୯ ନମ୍ବର ଜାତୀୟ ରାଜପଥ ବରୋବାହାଲ ଗାଁ ଡିକୁ ଢାବା ନିକଟରେ ଆଜି ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ଯୁବକଙ୍କ ମୃତୁ୍ୟ ହୋଇଛି । ଉଭୟେ ଦୁଇସାଙ୍ଗ ଥିଲେ । ଏନେଇ ବଙ୍ଗୋମୁଣ୍ଡା ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଉଭୟଙ୍କ ମୃତୁ୍ୟରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

ସୂଚନା ମତେ, ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ପଞ୍ଚାୟତ ବରୋବାହାଲ ଗାଁର ତୁଲେଶ୍ୱର ପୁଟେଲଙ୍କ ପୁଅ ବିଜୟ(୨୩) ଏବଂ ଗଣପତି ପୁଟେଲଙ୍କ ପୁଅ ଜିତେନ୍ଦ୍ର(୨୨) ଦୁଇଜଣ ସାଙ୍ଗ ମିଶି ସବୁଦିନ ପରି ଆଜି ମଧ୍ୟ କେନାଲ ପଟକୁ ଶୌଚ ପାଇଁ ଯାଇଥିଲେ । ସେଠାରୁ ଶୌଚ ସାରି ଫେରୁଥିବା ବେଳେ ଡିକୁ ଢାବା ନିକଟରେ ତାଙ୍କୁ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର୍ ହୋଇଥିଲା ।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦମକଳ ଗାଡି ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବିଜୟ କଣ୍ଟାବାଞ୍ଜି କେଭି କଲେଜରେ ଯୁକ୍ତଦୁଇ ବାଣିଜ୍ୟ ପଡୁଥିବା ବେଳେ ଜିତେନ୍ ଏକ କଏଲ ବାଇଣ୍ଡିଂ ଦୋକାନରେ କାମ କରୁଥିଲେ । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ରାତ୍ର ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ।
Comments are closed, but trackbacks and pingbacks are open.