ଅଜଣା ଗାଡ଼ି ଧକ୍କାରେ ମାଉସୀ, ଝିଆରୀ ମୃତ

Get real time updates directly on you device, subscribe now.

ଆସିକା,(ବି.ବି.ନୁ୍ୟଜ୍): ମର୍ଣ୍ଣିଂ ୱାକ୍ରେ ଯାଇଥିଲେ ମାଉସୀ, ଝିଆରୀ । ଘର ଠାରୁ ମାତ୍ର ୧୫୦ ମିଟର ଯାଇଥିବାବେଳେ ପଛରୁ ଧକ୍କା ଦେଇଥିଲା ଗାଡ଼ି । ଉଭୟ ମାଉସୀ ରଶ୍ମିତା ପରିଡ଼ା ଓ ଝିଆରୀ ଆଶାରାଣୀ ଖଣ୍ଡୁଆଙ୍କ ମୃତୁ୍ୟ ହୋଇଛି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା କୋଟିନଡ଼ା ଫାଣ୍ଡି ଅଧୀନ କେ.ଲଛମନପଲ୍ଲୀ ଗ୍ରାମରେ । ସକାଳୁ ଏଭଳି ଦୁଃଖଦ ଘଟଣା ବିଜୁଳି ବେଗରେ ପ୍ରଚାରିତ ହେବାପରେ ଶୋକର ଛାୟା ଖେଳିଯାଇଛି । ଏନେଇ ରଶ୍ମିତାଙ୍କ ଭାଇ ବାସୁଦେବ ନାୟକ ଆସିକା ଥାନାରେ ଏତଲା ଦେଇଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନାଦେଇଛନ୍ତି ।
ଭୋର ୫ଟା । ଘରୁ ମର୍ଣ୍ଣିଂ ୱାକ୍ରେ ଘରୁ ବାହାରି ଯାଇଥିଲେ ବାସୁଦେବଙ୍କ ଭଉଣୀ ରଶ୍ମିତା, ଝିଆରୀ ଆଶାରାଣୀ (ରଶ୍ମିତାଙ୍କ ଆଉ ଏକ ଭଉଣୀର ଝିଅ), ଭଣଜା ରାଜା (୧୦) । ଘର ଠାରୁ ମାତ୍ର ୧୫୦ ମିଟର ଯାଇଛନ୍ତି । ଆସିକା-ଭୁବନେଶ୍ୱର ମୁଖ୍ୟ ରାସ୍ତାର କଲେଜ ଛକ ନିକଟରେ ଗାଡ଼ି ସେମାନଙ୍କୁ ଧକ୍କା ଦେଇଛି । ମାଉସୀ ରଶ୍ମିତା ଓ ଝିଆରୀ ଆଶାରାଣୀ ଗୁରୁତର ଆହତ ହୋଇଥିବାବେଳେ ରାଜା ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିବା ସହ ବାସୁଦେବଙ୍କୁ ଖବର ଦେଇଥିଲେ । ଅଟୋରେ ସେମାନଙ୍କୁ ଆସିକା ଡାକ୍ତରଖାନା ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ଉଭୟ ମାଉସୀ ଓ ଝିଆରୀଙ୍କୁ ମୃତ ଘୋଷିତ କରିଛନ୍ତି । ରାଜା ମଧ୍ୟ କେଉଁ ଗାଡ଼ି ଦୁର୍ଘଟଣା ଘଟାଇଛି ତାହା କହି ପାରି ନାହାନ୍ତି । ସୂଚନା ଥାଉକି, ରଶ୍ମିତା ଗର୍ଭବତୀ ରହିଥିବାବେଳେ ଆଶାରାଣୀ (୧୮) ମାମୁ ଘରକୁ ଆସିଥିଲେ । ଆସିକା ଥାନାରେ ଏକ ମାମଲା ରୁଜୁ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons