ଅଜଣା ମହିଳାଙ୍କ ମୃତୁ୍ୟ

Get real time updates directly on you device, subscribe now.

ଜୟପୁର: ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ପରିଚୟ ମିଳିନି । ବୟସ ପ୍ରାୟ ୭୦ ହେବ । ସଦର ପୁଲିସ ମୃତଦେହ ଜବତ କରି ଚିହ୍ନଟ ଲାଗି କୋଭିଡ୍ ହସପିଟାଲ ଶବାଗାର(ମର୍ଚରୀ)ରେ ରଖିଛି । କେହି ଦାବିଦାର ନମିଳିଲେ ସରକାରୀ ନିୟମ ଅନୁଯାୟୀ ସକ୍ରାର କରାଯିବ ବୋଲି ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୨୩ ତାରିଖ ରାତିରେ ସହର ଉପକଣ୍ଠ ପ;ନାୟକଗୁଡ଼ାରେ ବୃଦ୍ଧା ଜଣଙ୍କ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଖବର ମିଳିଥିଲା । ଏଏସ୍ଆଇ ଗଣେଶପ୍ରସାଦ ବେହେରା ଏବଂ ଅନ୍ୟମାନେ ଗାଁରେ ପହଞ୍ଚିଥିଲେ । ଆମ୍ବୁଲାନ୍ସ ଆସି ମହିଳାଙ୍କୁ ଉଦ୍ଧାର କରିଥିଲା । ସ୍ଥାନୀୟ ଡିଏଚଏଚ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ମହିଳାଙ୍କ ପରିଚୟ ମିଳିପାରିନାହିଁ । ମୃତଦେହ ଚିହ୍ନଟ ଲାଗି ୭୨ ଘଣ୍ଟା ଶବାଗାରରେ ରଖାଯିବ ବୋଲି ଶ୍ରୀ ମହାକୁଡ଼ କହିଛନ୍ତି । ଏଏସ୍ଆଇ ଶ୍ରୀ ବେହେରା ମାମଲାର ଅନୁସନ୍ଧାନକାରୀ ଅଧିକାରୀ ଅଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons