ଅଜିତକୁ ରିମାଣ୍ଡରେ ଆଣିବ ଓଡ଼ିଶା ପୁଲିସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅଜିତ ଗିରଫ ହେଲା ପରେ ତାଙ୍କ ବିରୋଧରେ ମାମଲା ସଂଖ୍ୟା ଆହୁରି ବଢ଼ିବ ବୋଲି ଜଣାପଡ଼ିଛି । ଅଜିତଙ୍କ ଘର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ । ସେ ଦୀର୍ଘ ବର୍ଷ ହେବ ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀ ବିହାର ସ୍ଥିତ ଏସ୍-୪/୧୨୦ରେ ପରିବାର ସହ ରହୁଛନ୍ତି । ପ୍ରଥମେ ଜମି କିଣା ବିକାରେ ମଧ୍ୟସ୍ଥି ହୋଇ ଟଙ୍କା କମାଇବା ଆରମ୍ଭ କରିଥିଲା । ତା’ପରେ ତାଙ୍କ ଠକେଇର ନୂଆ ତରିକାରେ ସାମିଲ ହୋଇଥିଲା ପିଏମଓ(ପ୍ରାଇମମିନିଷ୍ଟର ଅଫିସ) । ସବୁ ଆଡେ ଅଜିତ୍ କହି ବୁଲୁଥିଲେ ଯେ ପିଏମ୍ଓରେ ତାଙ୍କର ନିଜ ଲୋକ ଅଛନ୍ତି । ଏମିତିକି ନିଜ ପତିଆରା ଦେଖାଇବା ପାଇଁ ପିଏମ୍ଓ ଅଫିସ୍ କର୍ମଚାରୀଙ୍କ ସହ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଛାଡୁଥିଲେ । ଲୋକଙ୍କର କିଛି ଛୋଟ ମୋଟ କାମ ମଧ୍ୟ କରି ଦେଉଥିଲେ । ଧୀରେ ଧୀରେ ଲୋକଙ୍କ ଠାରୁ ଟଙ୍କା ଠକିବା ଆରମ୍ଭ କରିଦେଇଥିଲେ । ତା’ପରେ ଅଜିତ ଆଇପିଏସ୍, ଆଇଏଏସ୍ ଓ ବିଚାରପତିଙ୍କ ନାମ ବ୍ୟବହାର କରି ଲୋକଙ୍କୁ ଲୁଟିବାରେ ଲାଗିଲେ । କିଛି ହାତ ଗଣତି ଅଫିସ୍ର ଅଜିତଙ୍କ ବିଷୟରେ ନ ଜାଣି ତାଙ୍କୁ ଭୟ ମଧ୍ୟ କରୁଥିଲେ । ଯଦି ତାଙ୍କ କଥା ଶୁଣୁ ନଥିଲେ ତା’କୁ ବଦଳି କରିଦେବାକୁ ଧମକ ଦେଉଥିଲେ ସେ ।
୨୦୧୮ରେ ଜମି ଦେବାକୁ ଅଜିତ ଜଣେ ବିଚାରପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ହେଲେ ଠିକ୍ ସମୟରେ ଜମି ଦେଇ ପାରିନଥିଲେ । ବିଚାରପତି ଜଣଙ୍କ ତାଙ୍କ ଟଙ୍କା ମାଗିବାରୁ ଓଲଟା ଦିଲ୍ଲୀର କିଛି ରାଜନେତାଙ୍କୁ ଧରି ରାଜେନ୍ଦ୍ର ନଗର ଥାନାରେ ବିଚାପତିଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ କରିଥିଲେ । ଅଜିତଙ୍କ ଏତଲା ପରେ ପୁଲିସ୍ ବିଳମ୍ବ ନ କରି ୨୨/୧୯ରେ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନାଘନା । ତଦନ୍ତ ପରେ ସବୁ ଘଟଣା ଜଣାପଡିଥିଲା । ସତ ଉପରୁ ପରଦା ହଟିଥିଲା । ଆଉ ନିଜେ କରିଥିବା ଠକେଇ ଅଭିଯୋଗରେ ନିଜେ ଛନ୍ଦି ହୋଇଯାଇଥିଲେ ଅଜିତ । ୫୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ରାଜେନ୍ଦ୍ର ନଗର ଥାନା ପୁଲିସ୍ ତାକୁ ଗିରଫ କରିବାକୁ ଭୁବନେଶ୍ୱର ପହଞ୍ଚିଥିଲା । ମାତ୍ର ଅଜିତଙ୍କ ପତିଆରା ଯୋଗୁ ଦିଲ୍ଲୀ ପୁଲିସ୍ ବି ତାଙ୍କୁ ଗିରଫ କରିବାକୁ ଡରୁଥିଲା । ଓଡ଼ିଶାର ବରିÂ ଆଇଏଏସ୍ ଓ ଆଇପିଏସ୍ଙ୍କ ସହ ଅଜିତ୍ର ଭଲ ଲିଙ୍କ୍ ଥିଲା । ଖାଲି ଓଡ଼ିଶା ନୁହେଁ ଦିଲ୍ଲୀରେ ମଧ୍ୟ ତାଙ୍କର ଖାସ ପତିଆରା ଥିଲା । ପୁଲିସ୍ ପଞ୍ଝାରେ ପଡ଼ିଲା ପରେ ତାଙ୍କୁ ଖସାଇ ଦେବାକୁ ବିଭିନ୍ନ ମହଲରୁ ଚାପ ପଡ଼ୁଛି ବୋଲି ଦିଲ୍ଲୀର ଏକ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି ।
ଅଜିତଙ୍କର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଯେଉଁ ଘର ଅଛି ତାର ମୂଲ୍ୟ ୨ କୋଟି ଟଙ୍କା ହେବ । ଘରେ ଭିତରେ ଥିବା ଗୃହ ଉପକରଣ ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ପୁଲିସ୍ କହିଛି । ସେ ସବୁ ସମ୍ପତ୍ତି ସେ କେମିତି କଲେ ସେ ବିଷୟରେ ତଦନ୍ତ ହେବ ବୋଲି ପୁଲିସ କହିଛି । ଖାଲି ସେତିକି ନୁହେଁ ଅଜିତଙ୍କ ଗଡ୍ଫାଦର କିଏ ତାକୁ ଯଦି ଖୋଜି ବାହର କରାଯାଏ ତା’ହେଲେ ସବୁ ଘଟଣା ପଦାକୁ ଆସିବ । ଏନେଇ ଓଡ଼ିଶା ପୁଲିସ୍ର ଜଣେ ବରିÂ ଅଧିକାରୀ କହିଛନ୍ତି, ତାଙ୍କ ନାଁରେ ବିଭିନ୍ନ ଥାନାରେ ଅଭିଯୋଗ ଥିବା ଜଣାପଡିଛି । ଆମେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons