ଅଞ୍ଜନା ମିଶ୍ରଙ୍କ ଘରେ ସିବିଆଇ ଟମ୍: ବହୁ ସମୟ ଧରି ଆଲୋଚନା

Get real time updates directly on you device, subscribe now.

ଭୁବନେଶ୍ଵର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଶୁକ୍ରବାର ଅଞ୍ଜନାଙ୍କ ଘରକୁ ଯାଇଛି। ଏହି ହାଇ ପ୍ରୋଫାଇଲ କେସ୍‌ ଓ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳର ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ୍ ପଚରାଉଚୁରା କରିଛି। ଘଟଣା ବିଷୟରେ ସିବିଆଇ ଟିମ୍ ଅଞ୍ଜନାଙ୍କ ସହ ଆଲୋଚନା କରିଛି। ଅଞ୍ଜନାଙ୍କ ସହ ସିବିଆଇ ଟିମ୍‌ର ପ୍ରାୟ ୩୦ ମିନିଟ୍ ପର୍ୟ୍ୟନ୍ତ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସିବିଆଇ କହିଛି।
ସୂଚନାଯୋଗ୍ୟ, ପୋଲିସର ସ୍ବତନ୍ତ୍ର ଟିମ୍ ଅପରେସନ ‘ସାଇଲେଣ୍ଟ ଭାଇପର’ ଜରିଆରେ ପୁନେରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଥିଲା। ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ଘଟିଥିଲା। ୨୨ ବର୍ଷ ଭିତରେ ମାମଲାରେ ଗିରଫ ଅନ୍ୟ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ଗତ ମାର୍ଚ୍ଚ ୩ରେ ଝାରପଡା ଜେଲ୍‌ରେ ହୋଇଥିବା ଟିଆଇ ପରେଡ୍‌ରେ ଅଞ୍ଜନା ମିଶ୍ର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳକୁ ଚିହ୍ନଟ କରିଥିଲେ। ଏହା ପରେ ମାର୍ଚ୍ଚ ୫ରେ ସିବିଆଇ ଦଳ ବିବନ ବିଶ୍ଵାଳକୁ ନେଇ ଘଟଣାର ରିକ୍ରିଏସନ କରିଥିଲା। ବାରଙ୍ଗ ବ୍ଲକ ମଧୁସୁଦନପୁର ଗାଁ ପଛପଟେ ଥିବା ଏକ ଚାଷ ଜମି ଭିତରକୁ ବିବନକୁ ନିଆଯାଇଥିଲା। ଏହି ସ୍ଥାନରେ ହିଁ ଅଞ୍ଜନାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା।
ସିବିଆଇ ଦୁଇ ଦିନିଆ ରିମାଣ୍ଡରେ ନେଇ ବିବନ ବିଶ୍ଵାଳକୁ ଜେରା କରିବା ସହ ଘଟଣାର ରିକ୍ରିଏସନ କରିଥିଲା। ଏହା ପରେ ବିବନକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସିବିଆଇ ଶୀଘ୍ର କୋର୍ଟରେ ମାମଲାର ଚାର୍ଜସିଟ୍ ଦାଖଲ କରିବ ବୋଲି ସୂଚନା ଦେଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons