ଅଟୋକୁ ଧକ୍କା ଦେଲା କାର: ଜଣେ ମୃତ

Get real time updates directly on you device, subscribe now.

ବାଲିପାଟଣା: ଭୁବନେଶ୍ଵର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ଧଉଳି ଟ୍ରାଫିକ୍ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ , ଏକ ଅଟୋରେ ୫ ଜଣ ଭୁବନେଶ୍ଵରରୁ ନିମାପଡା ଅଭିମୁଖେ ଯାଉଥିଲେ । ଧଉଳି ଟ୍ରାଫିକ ଛକ ନିକଟରେ ରଙ୍ଗ ରୁଟରେ ଆସୁଥିବା ଏକ କାର୍ ଅଟୋଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଚାରିଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons