ବୁର୍ଲା: ବୁର୍ଲା ମହାନଦୀ ବ୍ରିଜ୍ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ଟ୍ରକ୍ ସମ୍ମୁଖ ପଟୁ ଧକ୍କା ଦେଇଛି । ଏଥିରେ ଅଟୋ ଚାଳକ ଓ ଆଉ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତକ ଦ୍ୱୟ ହୀରାକୁଦ ସହରର ବାଦଲ ଖଡ଼ିଆ (୨୦) ଓ ପିଣ୍ଟୁ ଖଡ଼ିଆ (୧୯) । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ମୃତ ଦେହକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇ ଫେରାର୍ ହେବାକୁ ଉଦ୍ୟମ କରୁଥିବା ଟ୍ରକ୍କୁ କଟାପାଲି ନିକଟରୁ ଧରିଛି । ଟ୍ରକ୍ ଚାଳକଙ୍କୁ ଅଟକ ରଖାଯାଇଥିବା ବୁର୍ଲା ଥାନାଧିକାରୀ କମଳ ପଣ୍ଡା ସୂଚନା ଦେଇଛନ୍ତି ।
ସୂଚନା ମତେ ହୀରାକୁଦର ବାଦଲ ଅଟୋ ଚଳାନ୍ତି । ଆଜି ସକାଳେ ସେ କୌଣସି କାମରେ ଅଟୋ ନେଇ ବୁର୍ଲା ଆସିଥିଲେ । ବୁର୍ଲାରେ ସମ୍ପର୍କୀୟ ପିଣ୍ଟୁ ଭେଟ ହୋଇଥିଲେ । ଉଭୟେ ଅଟୋରେ ନିଜ ଘର ହୀରାକୁଦ ଫେରିବା ସମୟରେ ମହାନଦୀ ବ୍ରିଜ୍ ଉପରେ ବିପରୀତ ଦିଗରୁ ଅର୍ଥାତ ସମ୍ୱଲପୁରରୁ ବରଗଡ଼ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ମହାରାଷ୍ଟ୍ର ନମ୍ୱର ଥିବା ଏକ ଟ୍ରକ୍ ଅଟୋ ଉପରେ ସିଧାସଳଖ ଚଢ଼ିଯାଇ ଅଟୋକୁ ପ୍ରାୟ ୫୦ ମିଟର ଘୋଷାଡ଼ି ନେଇଥିଲା । ଘଟଣାସ୍ଥଳରେ ହିଁ ଅଟୋ ଚାଳକ ବାଦଲଙ୍କ ମୃତୁ୍ୟ ଘଟିଥିବା ବେଳେ ପିଣ୍ଟୁଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ପିଣ୍ଟୁଙ୍କ ମଧ୍ୟ ମୃତୁ୍ୟ ଘଟିଥିଲା ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.