ଅଟୋ ଓଲଟି ୮ ଛାତ୍ରଛାତ୍ରୀ ଆହତ

Get real time updates directly on you device, subscribe now.

ମୋହନା,(ବି.ବି.ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଅଧୀନ ଜାଲିବାଡ଼ି ନିକଟରେ ଶୁକ୍ରବାର ଏକ ଯାତ୍ରୀବାହୀ ଅଟୋ ଓଲଟି ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନେ ହେଲେ ଶିକୁଳିପଦର ଗ୍ରାମର ମଧ୍ୟାସ ଲିମା, ଅଲିଫା ବିର, ରିହାନ ନାୟକ, ମୋନାଲିସା ପରିଚ୍ଛା, ଲିଲି ବିର, ସାଇନା ଲିମା ଓ ମଧୁସ୍ମିତା ନାୟକ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଆଲିଫାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରିଛି । ସୂଚନା ପ୍ରକାରେ, ଶୁକ୍ରବାର ସକାଳ ୯.୩୦ମିନିଟ୍ ସମୟରେ ଶିକୁଳିପଦର ଗ୍ରାମରୁ ଏକ ଯାତ୍ରୀବାହୀ ଆଟୋ (ଓଡି୦୭ୱାଇ-୪୮୦୫) ପ୍ରାୟ ୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଧରି ଚନ୍ଦ୍ରଗିରି ବିଦ୍ୟାଳୟକୁ ଯାଉଥିଲା । ଏ ସମୟରେ ଜାଲିବାଡ଼ି ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons