ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ-ଡେଡିଏସ ମେଣ୍ଟଗଠନ ହେବା ସମୟରେ ନେତାମାନଙ୍କ ଫୋନ ଟ୍ୟାପିଂ କରାଯାଇଥିବା ନେଇ ଅଭିଯୋଗର ସିବିଆଇ ତଦନ୍ତ କରାଯାଉ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଦାବି କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତାଙ୍କ ସମେତ ଅନ୍ୟାନ୍ୟ କେତେକ ନେତା ମଧ୍ୟ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି । ପୂର୍ବତନ ଡେଡିଏସ୍ ନେତା ତଥା କୁମାରସ୍ୱାମୀ ସରକାରର ମନ୍ତ୍ରୀ ଏଏଚ୍ ବିଶ୍ୱାସ ମଧ୍ୟ ଦାବି କରିଛନ୍ତି ଯେ, କଂଗ୍ରେସ-ଜେଡିଏସ୍ ମେଣ୍ଟସରକାର ଗଠନ ହେବା ସମୟରେ ବିଧାୟକମାନଙ୍କ ସମ୍ପର୍କରେ ଗୁପ୍ତ ତଥ୍ୟା ଜାଣିବା ପାଇଁ ସେମାନଙ୍କ ଫୋନ ଟ୍ୟାପିଂ କରାଯାଇଥିଲା । ଅନ୍ୟପକ୍ଷରେ ଜେଡିଏସ୍ ମୁଖ୍ୟ କୁମାରସ୍ୱାମୀ ବିରୋଧୀମାନଙ୍କର ଏହି ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସୁଛନ୍ତି ।
Comments are closed, but trackbacks and pingbacks are open.