ଢେ଼ଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନେ୍ଦାଳ ରେଞ୍ଜ ବାବନ୍ଧ ସେକ୍ସନ ଅନ୍ତର୍ଗତ ଠେଙ୍ଗା ଗାଁ ନିକଟସ୍ଥ ବିଲରୁ ଏକ ଛୁଆ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ବିଲରେ ହାତୀଛୁଆ ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଡିଏଫ୍ଓ ପ୍ରକାଶଚାନ୍ଦ ଗୋଗିନେନୀ, ହିନେ୍ଦାଳ ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ ସଦଳବଳ ପହଞ୍ଚô ତଦନ୍ତ କରିଥିଲେ । ମୃତ ହାତୀର ବୟସ ପ୍ରାୟ ୮ ବର୍ଷ ହେବ ବୋଲି ଜଣାଯାଇଛି । ମୃତୁ୍ୟର କାରଣ ସ୍ପଷ୍ଟ ହୋଇପାରିନି । ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଘଟଣା ସ୍ଥଳରେ ହାତୀର ଶବ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯାଇଛି । ଛୋଟ ଦାନ୍ତ ଦୁଇଟିକୁ ବନ ବିଭାଗ ଉଦ୍ଧାର କରି ରଖିଛି । ଏ ସମ୍ପର୍କରେ ଡିଏଫ୍ଓଙ୍କୁ ଯୋଗାଯୋଗେ କରିବାରୁ ସେ କହିଥିଲେଯେ, ହାତୀଛୁଆର ଶବ ବ୍ୟବଚ୍ଛେଦ ବେଳେ ଶରୀରରୁ ୪ଟି ପୋକ ବାହାରିଛନ୍ତି । ରକ୍ତନମୂନା ଓ ପୋକକୁ ପରୀକ୍ଷା ନିମନ୍ତେ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.