ନୂଆଦିଲ୍ଲୀ:ନୂଆ ଅର୍ଥନୈତିକ ବ୍ୟାପାର ସଚିବ ଭାବେ ଅତନୁ ଚକ୍ରବର୍ତ୍ତୀଙ୍କ ନିଯୁକ୍ତିକୁ କ୍ୟାବିନେଟ୍ର ନିଯୁକ୍ତି କମିଟି ବୁଧବାର ମଞ୍ଜୁରି ଦେଇଛି । ସୁବାଷ ଚନ୍ଦ୍ର ଗର୍ଗଙ୍କ ସ୍ଥାନରେ ସେ ଦାୟିତ୍ୱ ନେବେ । ଗର୍ଗଙ୍କୁ ନୂଆ ଶକ୍ତି ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ଚକ୍ରବର୍ତ୍ତୀ ବର୍ତ୍ତମାନ ନିବେଶ ଏବଂ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗର ସଚିବ ଅଛନ୍ତି । ଅନ୍ୟପକ୍ଷରେ, ଅଜୟ କୁମାର ଭଲ୍ଲାଙ୍କ ସ୍ଥାନରେ ଗର୍ଗଙ୍କୁ ଶକ୍ତି ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଭଲ୍ଲା ପରବର୍ତ୍ତୀ ଗୃହ ସଚିବ ହେବେ । ଅଂଶୁ ପ୍ରକାଶଙ୍କୁ ନୂଆ ଟେଲିକମ୍ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.