ମାତ୍ରାଧିକ ମଦ୍ୟପାନ ନିତମ୍ବ ହାଡ଼ ନଷ୍ଟ କରେ । ଅସ୍ଥି ରୋଗ ବିଶେଷଜ୍ଞମାନେ କହନ୍ତି, ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କଠାରେ ‘ଆଭାସ୍କୁଲାର୍ ନେକ୍ରୋସିସ୍(ଏଭିଏନ୍)’ (ଏକ ରୋଗ, ଯାହା ରକ୍ତ ସଂଚାଳନରେ ବାଧା ଯୋଗୁଁ ନିତମ୍ବ ସନ୍ଧିର ହାଡ଼ କୋଷିକାକୁ ନଷ୍ଟ କରିଦିଏ) ସମସ୍ୟା ଦେଖାଯାଏ । ପରେ ଏହା ହାଡ଼ ଓ ହାଡ଼ ସନ୍ଧିକୁ ନଷ୍ଟ କରିଦିଏ । ପଡ୍ମେଡ୍ରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଏଭିଏନ୍ରେ ପୀଡ଼ିତ ୨୩ ଜଣ ରୋଗୀଙ୍କଠାରେ ଅତ୍ୟଧିକ ମଦ୍ୟପାନ ଓ ଧୂମପାନ ଏକ ପ୍ରମୁଖ କାରଣ ବୋଲି ଜଣାପଡ଼ିଥିଲା । ମଦ ରକ୍ତରେ ମେଦ ବୃଦ୍ଧି କରିଥାଏ । ଏହି ମେଦ ଅଣୁ ଧମନୀକୁ ରୁଦ୍ଧ କରଦିଏ । ତେଣୁ ଫିମର୍ ଜଏଣ୍ଟରେ ରକ୍ତ ସଂଚାଳନ କମିଯାଏ, ଯାହା ଫଳରେ ନିତମ୍ବ ହାଡ଼ ନଷ୍ଟ ହୋଇଯାଏ । ସେଥିପାଇଁ ଏହି ରୋଗକୁ ‘ଆଭାସ୍କୁଲାର୍ ନେକ୍ରୋସିସ୍’ ନାମ ଦିଆଯାଇଥିବା ଏଆଇଆଇଏମ୍ଏସ୍, ପାଟନାର ନିର୍ଦ୍ଦେଶକ ଓ ଅସ୍ଥି ରୋଗ ବିଶେଷଜ୍ଞ ଡାକ୍ତର ଜି କେ ସିଂହ କହିଛନ୍ତି ।
Comments are closed, but trackbacks and pingbacks are open.