ଅଦାଲତ ଅବମାନନା: ଜଳସମ୍ପଦ ସଚିବ, ମୁଖ୍ୟ ଯନ୍ତ୍ରୀଙ୍କ ବିରୋଧରେ ୱାରେଣ୍ଟ୍ ଜାରି

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ଏକ ଅଦାଲତ ଅବମାନନା ମାମଲାରେ ରାଜ୍ୟ ପ୍ରଶାସନିକ ନ୍ୟାୟାଧୀକରଣ (ସ୍ୟାଟ୍) ରାଜ୍ୟ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଶିବ ନାରାୟଣ ସାମନ୍ତରାୟଙ୍କ ବିରୋଧରେ ଜାମିନ୍ଯୋଗ୍ୟ ୱାରେଣ୍ଟ ଜାରି କରିଛନ୍ତି । ଆସନ୍ତା ଅଗଷ୍ଟ ୨୮ ତାରିଖରେ ଏହି ମାମଲାର ଶୁଣାଣି ହେବ । ସେହିଦିନ ଉଭୟ ଅଦାଲତରେ ହାଜର ହୋଇ ସେମାନଙ୍କ ବିରୋଧରେ କାହିିଁକି ଅଦାଲତ ଅବମାନନା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ସଂକ୍ରାନ୍ତରେ ଜବାବ ରଖିବାକୁ ସ୍ୟାଟ୍ ଆଦେଶରେ ସ୍ପଷ୍ଟ କରିଛନ୍ତି । ସ୍ୟାଟ୍ର ସଦସ୍ୟ ବିଚାରପତି ଜି.ଆର. ପୁରୋହିତ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ଯୋବ୍ରା ମହାନଦୀ ସାଉଥ୍ ଡିଭିଜନ୍ରେ ଶଙ୍କର ଚରଣ ଦାସ ଜଣେ ଫିଟର ଭାବେ କାର୍ଯ୍ୟ କରୁଥିଲେ । ୫/୬ବର୍ଷ କାର୍ଯ୍ୟ କରିବା ପରେ ସେ ଏନ୍ଏମ୍ଆରକୁ ପଦୋନ୍ନତି ପାଇଥିଲେ । ତେବେ ଚାକିରିରୁ ଅବସର ବେଳକୁ ତାଙ୍କ ନିୟମିତ ହେବାକୁ ୧୦ବର୍ଷ ପୂରଣ ହୋଇନଥିଲା । ଫଳରେ ତାଙ୍କୁ ସରକାର ପେନ୍ସନ୍ ଦେବାକୁ ମନା କରି ଦେଇଥିଲେ । କିନ୍ତୁ ଏହିଭଳି କର୍ମଚାରୀ ଯେଉଁମାନେ ନିୟମିତ ଚାକିରି ସମୟ ୧୦ବର୍ଷ ପୂରଣ କରିନଥାନ୍ତି ସେହିଭଳି କର୍ମଚାରୀଙ୍କୁ ଏନ୍ଏମ୍ଆର ପିରିୟଡରୁ କିଛି ସମୟ ମିଶାଇ ସେମାନଙ୍କୁ ପେନ୍ସନ୍ ଦେବାକୁ ସୁପ୍ରିମ୍କୋର୍ଟ ଏବଂ ହାଇକୋର୍ଟର ଅନେକ ନଜିର୍ ରହିଛି । ତେଣୁ ଏହି ଆଧାରରେ ଶଙ୍କର ଚରଣ ଦାସ ସ୍ୟାଟ୍ରେ ମାମଲା ରୁଜୁ କରିଥିଲେ । ସ୍ୟାଟ୍ ମାମଲାର ଶୁଣାଣି କରି ତାଙ୍କୁ ପେନ୍ସନ୍ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ଏହି ଆଦେଶ ବିରୋଧରେ ହାଇକୋର୍ଟକୁ ଯାଇ ସେଠାରୁ ନିରାଶ ହୋଇଥିଲେ । ପୁନର୍ବାର ହାଇକୋର୍ଟ ଏହି ଆଦେଶ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍କୋର୍ଟ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଥିଲେ । ସୁପ୍ରିମ୍କୋର୍ଟରୁ ହାରିବା ପରେ ମଧ୍ୟ ରାଜ୍ୟ ସରକାର ଆବେଦନକାରୀଙ୍କୁ ପେନ୍ସନ୍ ଦେଲେ ନାହିଁ । ଫଳରେ ଆବେଦନକାରୀ ସ୍ୟାଟ୍ରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ସ୍ୟାଟ୍ ଏହି ଅଦାଲତ ଅବମାନନା ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ଏବଂ ସତ୍ୟଜିତ୍ ବେହେରା ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons