ପୁରୀ,(ବି.ବି.ନୁ୍ୟଜ୍): ଆଉ ଏକ ରଥଯାତ୍ରା ପାଇଁ ସରିଛି ପ୍ରସ୍ତୁତି । ଅଦିନିଆ ରଥଯାତ୍ରା ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି ଇସ୍କନ୍ । ଆସନ୍ତା ନଭେମ୍ବର ୨୭ ତାରିଖରେ ପଞ୍ଜାବର ଲୁଧିଆନାଠାରେ ଏହି ରଥଯାତ୍ରା ପାଳନ କରିବା ପାଇଁ ଇସ୍କନ୍ ଘୋଷଣା କରିଛି । ଏନେଇ ଶ୍ରୀକ୍ଷେତ୍ରରେ ପ୍ରକାଶ ପାଇଛି ପ୍ରତିକ୍ରିୟା । ଏହାକୁ ଘୋର୍ ବିରୋଧ କରାଯାଇଛି । ଶ୍ରୀ ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ପୃଥକ ପୃଥକ୍ ଏତଲା ଦିଆଯାଇ କାର୍ଯ୍ୟାନୁÂାନ ଦାବି କରାଯାଇଛି ।
ଅଭିଯୋଗ ହୋଇଛି ଯେ, ଇସ୍କନ୍ ସଂସ୍ଥାର ଅମିତ୍ ଗର୍ଗ ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ଅନୁÂିତ ହେବାକୁ ଯାଉଛି ଏହି ଅଦିନିଆ ରଥଯାତ୍ରା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଓ ତାଙ୍କ ମହାପ୍ରସାଦକୁ ଅପମାନ ବି କରିବାକୁ ପଛାଇ ନାହିଁ ଇସ୍କନ୍ । ଇସ୍କନ୍ ପକ୍ଷରୁ କୁହାଯାଇଛି ଯେ, ପୁରୀର ରଥଯାତ୍ରା ନୂଆ । ଶ୍ରୀକ୍ଷେତ୍ରଠାରୁ ଇସ୍କନ୍ର ରଥଯାତ୍ରା ବହୁତ ପୁରୁଣା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଖରାପ ଖାଦ୍ୟ ଭୋଗ ଲଗାଯାଉଛି । ଖରାପ ଫୁଲ ଓ ତୁଳସୀରେ ମହାପ୍ରଭୁ କୁଆଡେ ପୂଜା ପାଉଛନ୍ତି । ଇସ୍କନ୍ ହିଁ ସାରା ଜଗତରେ ଶ୍ରୀ ଜଗନ୍ନାଥଙ୍କର ପ୍ରଚାର ଓ ପ୍ରସାର କରୁଛି । ହେଲେ ଓଡିଆ ଜାତି, ଓଡିଶା ସରକାର, ସେବାୟତ, ଭକ୍ତ ଓ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ପାଇଁ କିଛି କରି ନାହିଁ ବୋଲି ଇସ୍କନ୍ ସଦସ୍ୟ କହୁଥିବା ଏତଲାରେ ଉଲ୍ଲେଖ ରହିଛି ।
ପ୍ରଥା ଅନୁଯାୟୀ, ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ରତ୍ନସିଂହାସନ ଛାଡି ରଥରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଆସିଥାଆନ୍ତି । କିନ୍ତୁ ଅଦିନିଆ ଭାବେ ଇସ୍କନ୍ ଏଭଳି ରଥଯାତ୍ରା କରିବା ଓ ମହାପ୍ରଭୁଙ୍କ ସହ ତାଙ୍କ ମହାପ୍ରସାଦକୁ ନିନ୍ଦା କରିବା ଘଟଣା କୋଟି କୋଟି ହିନ୍ଦୁଙ୍କ ମନରେ ଆଘାତ ଦେଇଛି । ସେମାନଙ୍କ ଭାବାବେଗକୁ କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଛି । ତେଣୁ ଏଭଳି ଧର୍ମ ବିରୋଧୀ ଇସ୍କନ୍ ବିରୋଧରେ ଆଇପିସିର ୨୯୫, ୨୯୫(କ), ୨୯୬, ୨୯୭, ୨୯୮, ୧୫୩, ୧୫୩ (କ), ୧୨୦ (ଖ) ଅନୁଯାୟୀ ମାମଲା ରୁଜୁ କରାଯାଉ ବୋଲି ଲିଖିତ ଅଭିଯୋଗ ହୋଇଛି । ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାଶ ଓ ବରିÂ ସେବାୟତ ବିନାୟକ ଦାସମହାପାତ୍ର ପ୍ରମୁଖ ଦାବି କରିଛନ୍ତି । ଏନେଇ ପୁଲିସ କହିଛି ଯେ, ଅଭିଯୋଗ ହୋଇଛି । ଷ୍ଟେସନ୍ ଡାଏରୀ କରାଯାଇ ଏହାର ଅନୁସନ୍ଧାନ ଚାଲିଛି ।
Comments are closed, but trackbacks and pingbacks are open.