ଅଧା କେଜି ବ୍ରାଉସୁଗାର ସହ ବେପାରୀ ଗିରଫ

Get real time updates directly on you device, subscribe now.

ଭଦ୍ରକ: ବାଇକରେ ଆସୁଥିଲା ଅଧା କେଜିରୁ ଅଧିକ ବ୍ରାଉନସୁଗାର । ଏମିତି ଚୋରାରେ ବ୍ରାଉନସୁଗାର ବେପାର ବେଳେ ପୋଲିସ ବେପାରୀଙ୍କୁ କାବୁ କରିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ନେଇ ନିଜେ ଆସୁଥିବା ବେଳେ ପୋଲିସ ହାବୁଡ଼ରେ ପଡିଛନ୍ତି । ଭଦ୍ରକ ଟାଉନ ପୋଲିସ ଖବର ପାଇଁ ୧୬ନମ୍ବର ଜାତୀୟ ରାଜପଥର ଧାମରା ରେଳ ଓଭର ବ୍ରିଜ ନିକଟରେ ବାଇକ୍ ଅଟକାଇ ଚେକିଂ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଚେକିଂ ସମୟରେ ୫୧୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ପଚରାଉଚରା ବେଳେ ଅଭିଯୁକ୍ତ ଜଳେଶ୍ବରରୁ ବ୍ରାଉନସୁଗାର ଆଣୁଥିବା ପୋଲିସକୁ ବୟାନ ଦେଇଛନ୍ତି । ସେମାନଙ୍କ ନିକଟରୁ ମୋବାଇଲ ସହ ବାଇକ୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଉଛି ଏରେଇଁ ଅଞ୍ଚଳର ଏସକେ ରାବୁଲ । ତେବେ ଅଭିଯୁକ୍ତ ଜଣକ ପୂର୍ବରୁ ବ୍ରାଉନସୁଗାର ବେପାର ସହ ଅନ୍ୟ ମାମଲାରେ ଜଡିତ ରହିଛି । ଟାଉନ ଥାନାରେ ଏସକେ ରାବୁଲ ନାମରେ ବହୁ ମାମଲା ରହିଥିବା ଭଦ୍ରକ ଏସପି ସୂଚନା ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ଅଭିଯୁକ୍ତର ଲୋକାଲ କଣ୍ଟାକ୍ଟକୁ ଟ୍ରେସିଂ କରାଯାଉଛି । ଜଳେଶ୍ବରର ମୁଖ୍ୟ ବେପାରୀକୁ ଚିହ୍ନଟ ସହ ଧରିବା ପାଇଁ ପୋଲିସ ବ୍ୟାପକ ଭାବେ ଉଦ୍ୟମ ଜାରି ରଖିଛି । ଗିରଫ ଅଭିଯୁକ୍ତର ଆର୍ଥିକ ମାମଲାର ଛାନଭିନ୍ ସହ ଅନ୍ୟ କେଉଁ ବେପାରୀଙ୍କୁ ବ୍ରାଉନସୁଗାର ଯୋଗାଇଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons