ଅଧ୍ୟାପିକାଙ୍କୁ ବଳାକ୍ରାର, ପରେ ହତ୍ୟା!

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ରାଇରଙ୍ଗପୁର କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ରୁକ୍ମିଣୀ ମଣ୍ଡଳ(୨୩)ଙ୍କ ମୃତୁ୍ୟ ଆତ୍ମହତ୍ୟା ନା ହତ୍ୟା ! ଏ ନେଇ ପୁଲିସ ଅଧିକ ଖୋଳତାଡ଼ ଚଲାଇଛି । ଅଧ୍ୟାପିକାଙ୍କୁ ବଳାକ୍ରାର କରାଯାଇଥିବାର ତାଙ୍କ ପିତା ଅଭିମନୁ୍ୟ ମଣ୍ଡଳ ଥାନାରେ ଅଭିଯୋଗ କରିବାର ମାସକ ପରେ ସନେ୍ଦହଜନକ ପରିସ୍ଥିତିରେ ଅଧ୍ୟାପିକାଙ୍କ ମୃତୁ୍ୟ ଘଟିଛି । ତାଙ୍କ ମୃତ ଶରୀର କଲେଜ ହଷ୍ଟେଲର ଏକ କୋଠରୀରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛିା । ତାଙ୍କୁ ହତ୍ୟା କରାଯାଇଥିବାର ଅଭିମନୁ୍ୟ ପୁନଃ ଅଭିଯୋଗ କରିବା ପରେ ପୁଲିସ ରାଇରଙ୍ଗପୁର ଥାନାରେ ୧୫୯/୧୯ରେ ଏକ ମାମଲା ରୁଜୁ କରି ୩୦୨/୩୪ଆଇପିସିରେ ତଦନ୍ତ ଜାରି ରଖିଛି । ଏହି ମାମଲାରେ ପୁଲିସ୍ ସୌମ୍ୟରଞ୍ଜନ ସାହୁ, ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳକୁ ଗିରଫ କରିଛି । ଆଉ ତିନି ଅଭିଯୁକ୍ତ ଫେରାର ଅଛନ୍ତି । ଫେରାର ଅଭିଯୁକ୍ତମାନେ ହେଲେ ମିନିମୟୀ ସାହୁ, ରତିକାନ୍ତ ସାହୁ ଏବଂ ଶୈଳବାଳା ସାହୁ । ଏହି ଚାଞ୍ଚଲ୍ୟକର ଘଟଣା ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପି ସ୍ମିଥ ପରମାର ରବିବାର ସଂଧ୍ୟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କର୍ତ୍ତବ୍ୟରେ ଅବହେଳା ପାଇଁ ଝାରପୋଖରିଆ ଥାନା ଅଧିକାରୀ ଶରତ କୁମାର ମହାଳିକଙ୍କୁ ଏସପି କାର୍ଯ୍ୟାନୁÂାନ ସ୍ୱରୂପ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିବାବେଳେ ତାଙ୍କ ସ୍ଥାନରେ ତିରିଂ ଥାନା ଅଧିକାରୀ ସୁଦର୍ଶନ ଗାଙ୍ଗୋଇଙ୍କୁ ଅବସ୍ଥାପିତ କରିଛନ୍ତି । ସେପଟେ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କୁ ବଳାକ୍ରାର ହୋଇଥିବାର ଅଭିଯୋଗ ନେଇ ୧୨୫ ନଂ କେସର ତଦନ୍ତ କରୁଥିବା ଝାରପୋଖରିଆ ଥାନା ସବ୍ ଇନିସପରେକ୍ଟର ପ୍ରତାପ କୁମାର ସ୍ୱାଇଁ ଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଏସପି ନିଲମ୍ବିତ କରିଛନ୍ତି ।
ରାଇରଙ୍ଗପୁର ଥାନାରେ ଅଧ୍ୟାପିକାଙ୍କ ବାପା ଅଭିମନୁ୍ୟ ମଣ୍ଡଳ ଦେଇଥିବା ଅଭିଯୋଗ ମୁତାବକ ଗତ ଅକ୍ଟୋବର ୨୬ତାରିଖରେ ଝାରପୋଖରିଆ ଥାନା ଅନ୍ତର୍ଗତ ଉମାଦେଇପୁରର ଦେବେନ୍ଦ୍ର ମଣ୍ଡଳଙ୍କ ସ୍ତ୍ରୀ ମିନିମୟୀ ସାହୁ ରୁକ୍ମିଣୀଙ୍କୁ ଫୋନ୍ କରିଥିଲେ । ମିନିମୟୀ ନିଜ ବାପଘର କେନ୍ଦୁଝର ଭାଲୁକୀ ପଟାଲି ଲେନ ନଂ-୫କୁ ଆସିବାକୁ ରୁକ୍ମିଣୀଙ୍କୁ ଅନୁରୋଧ କରିଥିଲେ । ରୁକ୍ମିଣୀଙ୍କ କକାପୁଅ ଭାଇ ଦେବବ୍ରତ ମଣ୍ଡଳଙ୍କ ସ୍ତ୍ରୀ ମିନିମୟୀ ହୋଇଥିବାରୁ ଭାଉଜଙ୍କ ଅନୁରୋଧ ରକ୍ଷା କରି ରୁକ୍ମିଣୀ କେନ୍ଦୁଝର ଯାଇଥିଲେ । ୨୭ତାରିଖ ରାତି ୧ଟାବେଳେ ମିନିମୟୀଙ୍କ ଭାଇ ସୌମ୍ୟରଞ୍ଜନ ଘର ଭିତରେ ଅଧ୍ୟାପିକାଙ୍କୁ ବଳାକ୍ରାର କରିଥିଲେ । ଏହି ଘଟଣା ରୁକ୍ମିଣୀ ତାଙ୍କ ଭାଉଜ ମିନିମୟୀଙ୍କୁ ଜଣାଇଥିଲେ । ତେବେ ଭାଉଜ ଏହି ଘଟଣା ପାଇଁ ରୁକ୍ମିଣୀଙ୍କୁ ଦୋଷାରୋପ କରି ଗାଳିଗୁଲଜ କରିଥିଲେ । ଶେଷରେ ମିନିମୟୀଙ୍କ ବାପଘରୁ ରୁକ୍ମିଣୀ କାନ୍ଦିକାନ୍ଦି ନିଜ ଘର ଝାରପୋଖରିଆକୁ ଫେରିଆସିଥିଲେ । ଘଟଣା ସଂପର୍କରେ ପରିବାର ଲୋକଙ୍କୁ କହିଥିଲେ । ଏହାପରେ ପରିବାର ଲୋକ ଝାରପୋଖରିଆ ଥାନାକୁ ଆସି ଅକ୍ଟୋବର ୩୦ ତାରିଖରେ ଏକ ବଳାକ୍ରାର ମାମଲା ରୁଜୁ କରିଥିଲେ । ମାତ୍ର ଅଭିଯୋଗକୁ ପୁଲିସ ଗମ୍ଭୀରତାର ସହ ଗ୍ରହଣ କରିନଥିଲା । ଏଣୁ ଆଖିଦୃଶିଆ କୌଣସି ପଦକ୍ଷେପ ନେଇ ନଥିଲା । ତଦନ୍ତ ନାଁରେ ଦିନ ଗଡ଼ାଇ ଚାଲିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons