ଅନାବରଣ ହେବ ବାଜପେୟୀଙ୍କ ପ୍ରତିମୂର୍ତ୍ତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅସ୍ତେ୍ରାପଚାର ପାଇଁ ଏମ୍ସରେ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ହେବନି । ହସ୍ପିଟାଲରେ ଏବେ ୧୪ଟି ମୋଡୁ୍ୟଲାର ଓଟି ରହିଥିବା ବେଳେ ଆଉ ୧୦ଟି ନୂଆ ଓଟିର ଉଦ୍ଘାଟନ ହେବ । ଆଇସିୟୁ ବେଡ୍ ସଂଖ୍ୟା ମଧ୍ୟ ୧୦୦କୁ ବୃଦ୍ଧି ପାଇବ । ଗୁରୁତର ରୋଗୀ ଏଥର ଏମ୍ସରେ ହିଁ ଚିକିତ୍ସିତ ହୋଇପାରିବେ । କ୍ୟାଥ୍ଲାବ ଓ ଫ୍ଲୁରୋସ୍ପାପିର ମଧ୍ୟ ଉଦ୍ଘାଟନ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷ ବଦ୍ଧନ ଆସନ୍ତା କାଲି ଉଦ୍ଘାଟନ କରିବେ । ଆଜି ସାମ୍ବାଦିକ ସମ୍ମିଳନୀରେ ଏମ୍ସ ନିଦେ୍ଧଶକ ପ୍ରଫେସର ଗିତାଞ୍ଜଳୀ ବାତ୍ମାନବାନେ ଏ ନେଇ ସୂଚନା ଦେଇଛନ୍ତି ।
ପ୍ରଫେସର ବାତ୍ମାନବାନେ କହିଛନ୍ତି, ଏମ୍ସରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀ ଛିଡ଼ା ହେବ । ଜଳ ଫୁଆରା ନିକଟରେ ଏହାକୁ ସ୍ଥାପନ କରାଯାଇଛି । ବ୍ରୋଞ୍ଚର ନିର୍ମିତ ପ୍ରତିମୂର୍ତ୍ତୀର ନିର୍ମାଣ ପାଇଁ ଅର୍ଥ ମହାନଦୀ କୋଲ୍ଡଫିଲ୍ଡ(ଏମ୍ସିଏଲ୍) କରିଛି । ଗତବର୍ଷ ପ୍ରଥମ ସମାବର୍ତ୍ତନ ସମାରୋହରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ବାଜପେୟୀଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଘୋଷଣା କରିଥିଲେ । ବାଜପେୟୀ ପ୍ରଧାନମନ୍ତ୍ରୀ ରହିବା ସମୟରେ ନୂଆଦିଲ୍ଲୀ ବାଦ୍ ଦେଶରେ ଆଉ ୬ଟି ଏମ୍ସ କରିବାକୁ ଘୋଷଣା କରିଥିଲେ । ନିଜେ ବାଜପେୟୀ ଏହାର ଭିତ୍ତିପ୍ରସ୍ତର ଦେଇଥିଲେ ।
ନିଦେ୍ର୍ଧଶକ କହିଛନ୍ତି, ଆଇସିୟୁ ବେଡ୍ ପାଇଁ ରୋଗୀ ହଇରାଣ ହେଉଥିଲେ । ଏବେ ୨୭ ଆଇସିୟୁ ବେଡ୍ ରହିଛି । ତେବେ ଆସନ୍ତା କାଲିଠୁ ଆଇସିୟୁ କମ୍ପେ୍ଲକ୍ସ ଉଦ୍ଘାଟନ ପରେ ଆଇସିୟୁ ବେଡ୍ ୧୦୦କୁ ବୃଦ୍ଧି ପାଇବ । ଏହାବାଦ୍ ଅସ୍ତେ୍ରାପଚାର ପାଇଁ ୨୪ ଟି ମୋଡୁ୍ୟଲାର ଓଟି ମଧ୍ୟ କାର୍ଯ୍ୟକାରୀ ହେବ । ତେବେ ବେଡ୍ ସଂଖ୍ୟା ୭୯୭ ରହିଛି । ବେଡ୍ କିଣା ଓ ମାନବ ସମ୍ବଳ ପ୍ରକ୍ରିୟା ସରିନଥିବାରୁ ଆଉ ୧୬୩ ବେଡ୍ ବଢି ପାରିନି । ଫ୍ୟାକଲ୍ଟିଂ, ନର୍ସ ସମେତ ଟେକ୍ନିକାଲ ଷ୍ଟାଫ୍ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏ ସବୁ ପ୍ରକ୍ରିୟା ସରିବା ପରେ ବେଡ୍ ସଂଖ୍ୟା ବଢିବ । ଏବେ ୪୧ ବିଭାଗ ଚାଲୁଥିବା ବେଳେ ଫ୍ୟାକଲ୍ଟି ନିଯୁକ୍ତି ପରେ ଗ୍ୟାଷ୍ଟେ୍ରା ସର୍ଜରୀ ବିଭାଗ ଆରମ୍ଭ ହେବ । ରୋଗୀଙ୍କୁ ସୁବିଧାରେ ଟିକେଟ୍ ଦେବାକୁ ଦିନକ ଆଗରୁ ୨୦ ପ୍ରତିଶତ ଟିକେଟ ବୁକିଂ କରାଯାଉଛି । ଏହାବାଦ୍ ୧୦ ପ୍ରତିଶତ ଟିକେଟ ମଧ୍ୟ ଅନ୍ଲାଇନ୍ରେ ଦିଆଯାଉଛି ।
ହୃଦ୍ ବିଭାଗ ପାଇଁ ସ୍ୱତନ୍ତ୍ର କ୍ୟାଥଲାବର ମଧ୍ୟ ଆସନ୍ତାକାଲି ଉଦ୍ଘାଟନ ହେବ । ନୂଆ କ୍ୟାଥ୍ଲାବ ହେବା ପରେ ଅଧିକ ସଂଖ୍ୟକ ଆଞ୍ଜିଓଗ୍ରାମ୍ ଓ ଆଞ୍ଜିଓପ୍ଲାଷ୍ଟି ହୋଇ ପାରିବ । ଏହାବାଦ୍ ଫ୍ଲୁରୋସ୍କୋପିର ସୁବିଧା ମଧ୍ୟ ମିଳିବ ରୋଗୀଙ୍କୁ ।
ଆସନ୍ତାକାଲି ହେବାକୁ ଥିବା କାର୍ଯ୍ୟକାରୀ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଅମର ପ;ନାୟକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହିତ ଭୁବନେଶ୍ୱର ଏମ୍ସ ସଭାପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ଉପସ୍ଥିତ ରହିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons