ଅନ୍ତଃ କନ୍ଦଳ ଲୁଚାଇବାକୁ ଆନେ୍ଦାଳନ: ବିଜେପି

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ): ଟିଟିପିସିଏସ୍ ବନ୍ଦ ପ୍ରସଙ୍ଗକୁ ନେଇ ଜୋର୍ ଧରିଛି ରାଜନୀତି । ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି । ଟିଟିପିସିଏସ୍କୁ ଚାଲୁ କରିବା ପାଇଁ ବୁଧବାର ବିଜେଡି ଅନୁଗୁଳ ବନ୍ଦ କରିଥିବା ବେଳେ ଏହାକୁ ଦୃଢ଼ ନିନ୍ଦା କରିଛି ବିଜେପି । ଏ ବନ୍ଦ ଜିଲ୍ଲାବାସୀଙ୍କ ସ୍ୱାର୍ଥ ପାଇଁ ନୁହଁ, ବରଂ ବିଜେଡିର ଅନ୍ତଃ କନ୍ଦଳ ଲୁଚାଇବାକୁ ଆନେ୍ଦାଳନ କରୁଥିବା ବିଜେପି ଅଭିଯୋଗ ଆଣିଛନ୍ତି । ୭ ଘଣ୍ଟା ପାଇଁ ଅନୁଗୁଳ ବନ୍ଦ ହେବା ଦ୍ୱାରା ଜିଲ୍ଲାରେ ବ୍ୟବସାୟିକ କାରବାର ଠପ୍ ହେବା ସହ ରାଜ୍ୟର ରାଜସ୍ୱ ହାନି ହୋଇଛି ବୋଲି ବୁଧବାର ଅପରାହ୍ଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି ।
ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁÂିତ ହୋଇଥିଲା । ଏଥିରେ ଦଳର ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କହିଲେ, ଟିଟିପିସିଏସ୍ର ଆଜିର ସ୍ଥିତି ପାଇଁ ରାଜ୍ୟ ସରକାର ଓ ବିଜେଡି ହିଁ ଦାୟୀ । ୨୦୨୧ ମସିହା ସୁଦ୍ଧା ଟିଟିପିସିଏସ୍ ପ୍ରକଳ୍ପର ଆୟୁଷ ପୂରିଯିବ ଓ ଏହା ପୂର୍ବରୁ ଷ୍ଟେଜ୍-୩ ପ୍ଲାଣ୍ଟ ସ୍ଥାପନ ନିମିତ୍ତ ଅନୁମତି ଦେବାକୁ ରାଜ୍ୟ ସରକାରକୁ କେନ୍ଦ୍ର ସରକାର ଅନୁରୋଧ କରିଥିଲେ । ୨୦୧୮ ମସିହା ସେପ୍ଟେମ୍ବର ୧୪ରେ ଖୋଦ୍ କେନ୍ଦ୍ର ଶକ୍ତିମନ୍ତ୍ରୀ ଚିଠି ଲେଖି ଏହା ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଇବା ସହ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ । ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ ୨୦୧୮ ମସିହାରେ ଏହାର ଶିଳନ୍ୟାସ ହୋଇଥାନ୍ତା । ମାତ୍ର ରାଜ୍ୟ ସରକାର ଜାଣିଶୁଣି ଏଥିରେ ବିଳମ୍ବ କଲେ । ୨୦୨୦ ମସିହାରେ ରାଜ୍ୟ ସରାକର ଅନୁମୋଦନ କରିବା ବେଳକୁ ବିଳମ୍ବ ହୋଇସାରିଥିଲା । ଯାହାର ଫଳସ୍ୱରୂପ ଆଜି ଟିଟିପିସିଏସ୍ର ବନ୍ଦ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ସାମଲ ଅଭିଯୋଗ କରିଥିଲେ । ସେହିପରି ବିଜେଡିର ସମସ୍ତ ବିଧାୟକଙ୍କୁ ଶ୍ରୀ ସାମଲ ସମାଲୋଚନା କରିଛନ୍ତି । ଦୀର୍ଘଦିନ ହେଲା ଟିଟିପିସିଏସ୍ ବନ୍ଦ ହେବା ନେଇ ଜାଣିଥିଲେ ସୁଦ୍ଧା ବିଧାୟକମାନେ ୨୦୧୮ ମସିହାରୁ ୨୦୨୧ ପର୍ଯ୍ୟନ୍ତ କ’ଣ କରୁଥିଲେ? ସେମାନେ ଏହି ବାବଦରେ କେତେ ଥର ରାଜ୍ୟ ସରାକରଙ୍କ ସହ ଆଲୋଚନା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଶୋଇ ରହିଥିବା ବିଧାୟକମାନେ ଆଜି କେବଳ ନିଜର ଅନ୍ତଃକନ୍ଦଳ ଲୁଚାଇବାକୁ ବନ୍ଦ ଡାକରା ଦେଇଥିଲେ । ବନ୍ଦ ଫଳରେ ଏମ୍ସିଏଲ୍ ବନ୍ଦ ହେଲା । ବନ୍ଦ ଯୋଗୁ ଏମ୍ସିଏଲ୍ର ୩.୫ ଲକ୍ଷ ଟନ୍ କୋଇଲା ଉପôାଦନ ହୋଇନପାରିବା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ପାଉଥିବା ୨୩ କୋଟି ଟଙ୍କାର ରାଜସ୍ୱ ହାନି ହେଲା ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ମିଡିଆ ସେଲ୍ ଆବାହକ ପର୍ଶୁରାମ ବାରିକ, ଜିଲ୍ଲା ଉପସଭାପତି ଅମୀୟ ତ୍ରିପାଠୀ, ବୃନ୍ଦାବନ ବେହେରା, ସୁଦୀପ ଗଡ଼ନାୟକ, ଚିତ୍ତରଞ୍ଜନ ମେହେର, ନମିତା ଦଳବେହେରା, ସମୀର ପରିଡା, ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons