ଅନ୍ତ୍ରନଳୀ ଧରି ୯ କିମି ଚାଲିଲେ ଯୁବକ

Get real time updates directly on you device, subscribe now.

ବାରଙ୍ଗଲ: ତେଲଙ୍ଗାନାର ସୁନିଲ ଚୌହାନ ନାମକ ଜଣେ ୨୪ ବର୍ଷୀୟ ଯୁବକଙ୍କର ଟ୍ରେନ ଦୁର୍ଘଟଣାରେ ଅନ୍ତ୍ରନଳି ବାହାରି ଯିବା ଓ ତାକୁ ସାର୍ଟରେ ବାନ୍ଧି ୯ କି.ମି. ଦୂର ହସ୍ପିଟାଲକୁ ଚାଲିଚାଲି ଯାଇ ନିଜ ଜୀବନ ବଞ୍ଚାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ସୁନିଲ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରୁ ସଙ୍ଘମିତ୍ରା ଏକ୍ସପ୍ରେସ ଯୋଗେ ଆନ୍ଧ୍ରପ୍ରଦେଶ ଯାଉଥିଲେ । ରାତି ପ୍ରାୟ ୨ଟା ସମୟରେ ଟ୍ରେନଟି ତେଲଙ୍ଗାନାର ଉପ୍ପଲ ଷ୍ଟେସନଠାରୁ କିଛି କିମି ଦୂରରେ ପହଞ୍ôଚଥିଲା । ଏତିକିବେଳେ ସୁନିଲ ଟ୍ରେନର କବାଟ ପାଖେଠିଆ ହୋଇଥିବା ସମୟରେ ଟ୍ରେନ ହଠାତ୍ ବ୍ରେକ୍ ମାରିବାରୁ ସେ ତଳକୁ ଖସି ପଡ଼ିଥିଲେ । ଯାହା ଦ୍ୱାରା ତାଙ୍କ ପେଟରେ ଗଭୀର ଆଘାତ ଲାଗି ତାଙ୍କ ଅନ୍ତ୍ରନଳୀ ବାହାରକୁ ବାହାରି ଯାଇଥିଲା । ଜନଶୂନ୍ୟ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାରୁ ସେଠାରୁ ସୁନିଲଙ୍କୁ ଉଦ୍ଧାର କରିବାକୁ କେହି ନଥିଲେ । ଏଣୁ ବାଧ୍ୟ ହୋଇ ସେ ନିଜ ଅନ୍ତ୍ରନଳୀକୁ ପେଟ ଭିତରେ ପୁରାଇ ପିନ୍ଧିଥିବା ସାର୍ଟଟିକୁ ପେଟରେ ବାନ୍ଧି ଦେଇଥିଲେ । ଏଭଳି ଅବସ୍ଥାରେ ସେ ୯ କିମି ଦୂରରେ ଥିବା ଡାକ୍ତରଖାନାକୁ ଅନ୍ଧାର ରାସ୍ତାରେ ଚାଲିଚାଲି ଯାଇଥିଲେ । ପରେ ସୁନିଲଙ୍କୁ ୱାରଙ୍ଗଲରେ ଥିବା ମହାତ୍ମା ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ତକ୍ରାଳ ଅସ୍ତ୍ରୋପଚାର କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ଗମ୍ଭୀର ଥିଲେ ମଧ୍ୟ ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏଭଳି ଅବସ୍ଥାରେ ଜଣେ ଏତେବାଟ ଚାଲି ଚାଲି ଆସିବା ଘଟଣାକୁ ଡାକ୍ତରଖାନା କର୍ତ୍ତୁପକ୍ଷ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହା କେବଳ ଭଗବାନଙ୍କ କରାମତି ବୋଲି ଅନେକ ମତ ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons