ଅନ୍ୟତମ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ, ୧୫ ହଜାର ଟଙ୍କା ଜରିମାନା

Get real time updates directly on you device, subscribe now.

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଦୁଇ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦେବା ସହ ଦୁଇହାତ ପାପୁଲି କଟା ମାମଲାର ଶେଷ ଅଭିଯୁକ୍ତ ପର୍ଶୁରାମ ନାଏକଙ୍କୁ ଆଜି ଧର୍ମଗଡ଼ ଅତିରକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ।
ଗତ ୨୦୧୩ ମସିହାରେ କଳାହାଣ୍ଡି ଜିଲ୍ଲାର କିଛି ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦର ଏକ ଇଟାଭାଟିରେ କାମ କରିବା ପାଇଁ ଚାଲାଣ କରାଯାଇଥିଲା । ସେଠାରେ ସେମାନଙ୍କୁ ଅସହ୍ୟ ନିର୍ଯାତନା ଦିଆଯିବାରୁ ଦୁଇ ଦାଦନ ଶ୍ରମିକ ନୀଳାମ୍ବର ଧଙ୍ଗଡାମାଝୀ ଓ ଦିଆଲୁ ନିଆଲ ଏହାକୁ ବିରୋଧ କରିଥିଲେ । ସେ ସମୟରେ ଅନ୍ୟ ଦାଦନ ଶ୍ରମିକ ମାନେ ଖସି ପଳାଇ ଆସିଥିଲେ । ତେବେ ଦାଦନ ସର୍ଦ୍ଧାର ଦୁଇଜଣ ଶ୍ରମିକ ନୀଳାମ୍ବର ଓ ଦିଆଲୁଙ୍କୁ ଏକ ଘରେ ରଖି ନିର୍ଯାତନା ଦେବା ସହ କଳାହାଣ୍ଡି-ବଲାଙ୍ଗିର ସୀମାର ଏକ ଶାଗୁଆନ ଜଙ୍ଗଲରେ ସେମାନଙ୍କ ହାତ କାଟି ଦେଇଥିଲେ । ସେହି ସମୟରେ ଏହି ଲୋମହର୍ଷଣକାରୀ ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ମାମଲାର ବିଚାର କରି ଗତ ୨୪.୧୨. ୨୦୧୬ରେ ଅତିରକ୍ତ ଜିଲ୍ଲା ଦୌରାଜଜ୍ ଧର୍ମଗଡ ୮ଜଣ ଅଭିଯୁକ୍ତ ବିମଳ ରାଉତ, ମଣ୍ଟୁ ନିଆଲ, ଜୟସେନ ଠେଲା, ଅର୍ଜୁନ ଭୋଇ, ବନ ମାଝୀ, ବୈକୁଣ୍ଠ ରାଉତ, ଗଙ୍ଗାଧର ଦାସ ଓ ପରମେ ତାଣ୍ଡିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଜାମିନରେ ଥିବା ପର୍ଶୁରାମ ମାଝୀ ନାମକ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପରେ ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ଶେଷ ଅଭିଯୁକ୍ତ ପର୍ଶୁରାମ ମାଝୀଙ୍କୁ ୩୭୦/୩୪ ଦଫା କେସ ପାଇଁ ୧୦ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଓ ୪୨୦/୩୪ ଦଫା କେସ ପାଇଁ ୩ ବର୍ଷ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଥବିର ସାହୁ ପରିଚାଳନା କରୁଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons