ରଙ୍ଗେଇଲୁଣ୍ଡା: ପନôୀଙ୍କ ଚରିତ୍ରକୁ ସନେ୍ଦହ କରି ହତ୍ୟା ଅଭିଯୋଗରେ ଗୋଳନ୍ଥରା ଥାନା ପୁଲିସ ସ୍ୱାମୀଙ୍କୁ ଗିରଫ କରିଛି । ତେବେ ଗିରଫ ବ୍ୟକ୍ତିଙ୍କ ବାପା କେଶ୍ ଉଠାଇ ନେବାକୁ ଧମକ ଦେଉଥିବା ଅଭିଯୋଗ କରି ମୃତ ମହିଳାଙ୍କ ବାପା ଥାନାରେ ଆଉ ଏକ ଏତଲା ଦେଇଛନ୍ତି । ୬ ବର୍ଷ ତଳେ ଏହି ଥାନା ଅନ୍ତର୍ଗତ କନିଷି ଗ୍ରାମର କେ.ରାମେୟାଙ୍କ ଝିଅ କୁମାରୀଙ୍କୁ ସେହି ଗ୍ରାମର ଏମ୍.ଦୁଖା ବିବାହ କରିଥିଲେ । ପରେ ସ୍ତ୍ରୀଙ୍କ ଚରିତ୍ରକୁ ସନେ୍ଦହ କରିବାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଦୁଇ ମାସ ତଳେ କୁମାରୀ ବାପା ଘରକୁ ଚାଲି ଯାଇଥିଲେ । ବିଭିନ୍ନ ସମୟରେ ଦୁଖା ରାମେୟାଙ୍କ ଘର ନିକଟକୁ ଆସି ଝିଅକୁ ଛାଡ଼ିବାକୁ ବାଧ୍ୟ କରିବା ସହ ଗାଳିଗୁଲଜ କରୁଥିଲେ । ଗତ ୧୯ ତାରିଖରେ ରାମେୟା ତାଙ୍କ ଝିଅକୁ ଶାଶୂ ଘରେ ଛାଡ଼ିଥିଲେ । ସେହି ରାତିରେ କୁମାରୀଙ୍କ ସ୍ୱାମୀ ଓ ୩ ସହଯୋଗୀ ମିଶି ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ରାମେୟା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କେସ୍ ନମ୍ବର ୧୧୧/୨୧ ରୁଜୁ କରି ପୁଲିସ ଏମ୍.ଦୁଃଖାକୁ ଗିରଫ କରିଥିବା ବେଳେ ଗ୍ରାମର କିଛି କୁଜି ନେତା ଚାପ ପକାଇ ଆଉ ଅଭିଯୋଗ ନ କରିବା ପାଇଁ ବାଧ୍ୟ କରିଥିବା କହିଛନ୍ତି ରାମେୟା ।
ଉକ୍ତ ଘଟଣାରେ ଆଉ ତିନି ଜଣଙ୍କ ସମ୍ପୃକ୍ତି ରହିଛି, ଏଣୁ ତଦନ୍ତ କରାଗଲେ ସତ୍ୟତା ପଦାକୁ ଆସିବ ବୋଲି ରାମେୟା ଦାବି କରିଛନ୍ତି । ମୃତ କୁମାରୀଙ୍କ ୨ ପୁଅ ଓ ଗୋଟିଏ ଝିଅ ଏବେ ମାଆକୁ ଝୁରୁଛନ୍ତି । ବୁଧବାର କନଷି ଗାଁର ୬୦ରୁ ଊଦ୍ଧ୍ୱର୍ ମହିଳା, ପୁରୁଷ ଥାନାକୁ ଯାଇ ସମ୍ପୃକ୍ତ ଆଉ ତିନି ଜଣଙ୍କୁ ମଧ୍ୟ ଗିରଫ ଦାବି କରିଛନ୍ତି । ଜଣେ ଅଭିଯୁକ୍ତ ଘରକୁ ବାରମ୍ବାର ଆସି କେସ୍ ଉଠାଇବାକୁ ଧମକ ଦେବା ସହିତ ଜୀବନରେ ମାରିଦେବା ଏବଂ ଗ୍ରାମ ଛାଡି ଚାଲିଯିବାକୁ ଧମକ ଦେଇଥିବା ନେଇ ରାମେୟା ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ଏନେଇ ଥାନାଧିକାରୀ ଆଶ୍ୱାସନା ଦେଇଛନ୍ତି ଯେ- ତଦନ୍ତ ଚାଲିଛି । ଯଦି କୌଣସି ଆସାମୀ ତଦନ୍ତ ପରିସରକୁ ଆସନ୍ତି ନିଶ୍ଚୟ କାର୍ଯ୍ୟାନୁÂାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.