ଅପରେସନ ଟେବୁଲରେ ମା’ ଓ ଶିଶୁଙ୍କ ମୃତୁ୍ୟ

Get real time updates directly on you device, subscribe now.

ବରଗଡ଼,(ବି.ବି.ନୁ୍ୟଜ): କେତେବେଳେ ଡାକ୍ତର ମରୁଡ଼ି ତ ଆଉ କେତେବେଳେ ଅଟୋରେ ଶିଶୁଜନ୍ମ ପାଇଁ ଚର୍ଚ୍ଚାରେ ଥିବା ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଏବେ ବି ସୁଧାର ହୋଇପାରିନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ ପ୍ରସୂତିଙ୍କ ସମେତ ନବଜାତକଙ୍କ ମୃତୁ୍ୟ ଘଟିଛି । ଏଥିପାଇଁ ଡାକ୍ତରଙ୍କ ଅବହେଳା ଦାୟୀ ବୋଲି ଅଭିଯୋଗ ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ମୃତକ ଜଣକ ବରଗଡ଼ ପୌରାଞ୍ଚଳ ୱାଡର଼୍ ନଂ-୩ କଟକିଆପଡ଼ାର ରେଖା ମଲ୍ଲିକ । ଆସନ୍ନ ପ୍ରସବା ରେଖା ଗର୍ଭକଷ୍ଟ ଅନୁଭବ କରିବାରୁ ଆଜି ତାଙ୍କୁ ପରିବାରବର୍ଗ ସକାଳେ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନକୁ ଆଣିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୀର୍ଘ ସମୟ ପରେ ମଧ୍ୟ ପ୍ରସବ ନହେବାରୁ ମହିଳାଙ୍କ କଷ୍ଟ ଲାଘବ କରିବାକୁ ଯାଇ ଅସ୍ତେ୍ରାପଚାର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ମଧ୍ୟାହ୍ନରେ ଅସ୍ତେ୍ରାପଚାର ଚାଲିଥିବା ବେଳେ ଅପରେସନ ଟେବୁଲରେ ହିଁ ରେଖାଙ୍କ ମୃତୁ୍ୟ ହୋଇଥିଲା । ପେଟରେ ଥିବା ଶିଶୁଟିର ମଧ୍ୟ ମୃତୁ୍ୟ ଘଟିଥିଲା । ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ମା’-ଛୁଆଙ୍କ ଜୀବନ ଚାଲିଯାଇଥିବା ମୃତକଙ୍କ ସ୍ୱାମୀ ମାନସ ମଲ୍ଲିକ ଅଭିଯୋଗ କରିଥିଲେ । ଏଥିପାଇଁ ସିଧାସଳଖ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ଦାୟୀ କରିଥିଲେ । ସେହିଭଳି ଭୁଲ ଇଞ୍ଜେrନ ଯୋଗୁଁ ମା’ ଓ ନବଜାତକର ମା’ ପେଟରେ ହିଁ ମୃତୁ୍ୟ ଘଟିଥିବା କହିଛନ୍ତି ଆଟେଣ୍ଡାଣ୍ଟ ଭାବେ ଆସିଥିବା ମୃତକଙ୍କ ସମ୍ପର୍କୀୟ ସୋନୀ ମଲ୍ଲିକ ଓ କୀରଣ ମଲ୍ଲିକ । ଏନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ଯାହାକୁ ନେଇ ଡାକ୍ତରଖାନା ପରିସରରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଥିଲା । ଭଟଲି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ମହିଳା ଓ ଶିଶୁଙ୍କ ମୃତୁ୍ୟ ନେଇ ସ୍ୱାମୀଙ୍କ ସମେତ ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି । ଘଟଣାକୁ ନେଇ କଟକିଆପଡ଼ାରେ ଅସନ୍ତୋଷ ଲାଗି ରହିଛି । ଏନେଇ ସିଡିଏମ୍ଓ ଡା. ଅରୁଣ ପାତ୍ରଙ୍କୁ ପଚାରିବା ପରେ ଭୁଲ ଇଞ୍ଜେrନ ଅଭିଯୋଗକୁ ଖଣ୍ଡନ କରି ବାତ ଯୋଗୁଁ ମହିଳାଙ୍କ ମୃତୁ୍ୟ ହୋଇଥିବା ଶଙ୍କାବ୍ୟକ୍ତ କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ଜଣାପଡ଼ିବ ବୋଲି ସୂଚନା ଦେଇ ଧୈର୍ଯ୍ୟ ରଖିବାକୁ ପରିବାରବର୍ଗଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons