ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପାହାଡ଼ ଜଙ୍ଗଲ ପରିବେଷ୍ଟିତ ଏଭଳି ଅନେକ ଗାଁ ରହିଛି ଯୋଉଁଠାକୁ ଆଜି ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନାହିଁ । ଦୁର୍ଗମ ଇଲାକା, ସବୁ ଦିନିଆ ରାସ୍ତାର ଅଭାବ ଏଭଳି ଅଞ୍ଚଳଙ୍କୁ ଏକ ପ୍ରକାର ଅନ୍ୟ ଅଞ୍ଚଳମାନଙ୍କ ଠାରୁ ବିଛିନ୍ନ କରି ରଖିଛି । ତେବେ କୋଭିଡ୍-୧୯ ପ୍ରଶାସନକୁ ଏସବୁ ଅଞ୍ଚଳ ଗସ୍ତ କରିବା ପାଇଁ ବାଧ୍ୟ କରିଛି । କରୋନାର ଦ୍ୱିତୀୟ ଲହରୀ ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ବ୍ୟାପିବା ପରେ ଏସବୁ ଅଞ୍ଚଳ ଉପରେ ଫୋକସ୍ କରିଥିଲା ଜିଲ୍ଲା ପ୍ରଶାସନ । କନ୍ଧମାଳରେ ଏମିତି ଦୁର୍ଗମ ଅଞ୍ଚଳର ସଂଖ୍ୟା ଯଥେଷ୍ଟ ଅଧିକ ରହିଥିବାରୁ ଏହି ପ୍ରକ୍ରିୟା ପ୍ରଶାସନ ପାଇଁ ଏକ ପ୍ରକାର ବଡ଼ ଚ୍ୟାଲେଞ୍ଜ୍ ହୋଇଥିଲା ।
ଗୁରୁବାର ଏଭଳି ଏକ ଗ୍ରାମରେ ପହଞ୍ଚôଥିଲା ରାଇକିଆ ବ୍ଲକ୍ ପ୍ରଶାସନ । ବ୍ଲକ୍ ଠାରୁ ୨୫ କିମି ଏବଂ ମାଣିକେଶ୍ୱର ପଞ୍ଚାୟତରୁ ୧୫ କିିମି ଦୂରରେ ଅବସ୍ଥିତ ଦୁର୍ଗମ ଓ ଅପହଞ୍ଚ ଡାଙ୍ଗିଣି ଗ୍ରାମରେ ଆୟୋଜିତ ହୋଇଥିଲା ଏକ କରୋନା ସଚେତନତା କାର୍ଯ୍ୟକ୍ରମ । ଗ୍ରାମରେ ପହଞ୍ଚôବାକୁ ହେଲେ ପାହାଡ଼ିଆ ରାସ୍ତା ହିଁ ଏକ ମାତ୍ର ଭରସା । ସ୍ୱାଧୀନତାର ୭୩ ବର୍ଷ ପରେ ପ୍ରଥମଥର ପାଇଁ ପ୍ରଶାସନ ଏହି ଦୁର୍ଗମ ଇଲାକାରେ ପହଞ୍ଚôଥିବା ଗ୍ରାମବାସୀ କହିଛନ୍ତି । ତେବେ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଖୁସି ଓ କୃତଜ୍ଞତା ବି ଜାହିର କରିଥିଲେ ଗ୍ରାମବାସୀ ।
ଝିପିଝିପି ବର୍ଷାରେ ଜଙ୍ଗଲୀ ରାସ୍ତାରେ ପ୍ରାୟ ୩ କିମି ପାଦରେ ଚାଲି ରାଇକିଆ ବିଡିଓ ପ୍ରବୀଣ କୁମାର ବାଣୁଆଙ୍କ ନେତୃତ୍ୱରେ ଏପିଓ କେଦାର ପଣ୍ଡା, ଗ୍ରାମ ସେବକ ଅନିଲ୍ କୁମାର ପ;ନାୟକ, ଜଳ ଓ ପରିମଳ ଯନ୍ତ୍ରୀ ପ୍ରଦୁ୍ୟମ୍ନ ବିଶୋୟୀ, କନିÂ ଯନ୍ତ୍ରୀ ବିକାଶ ନାୟକ, କମଳ ପ୍ରସାଦ ନାୟକଙ୍କ ସମେତ ମାଣିକେଶ୍ୱର ସରପଞ୍ଚ ଭୂଷଣ ପ୍ରଧାନ ଗୁରୁବାର ପହଁଞ୍ଚôଥିଲେ । ଏହି ଗ୍ରାମରେ ୧୩ ପରିବାରର ୪୦ରୁ ଊଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି । କରୋନା ସମ୍ପର୍କରେ ସଚେତନ କରାଯିବା ସହ ମାସ୍କ, ସାବୁନ ଇତ୍ୟାଦି ବଣ୍ଟନ କରାଯାଇଥିଲା । ଗ୍ରାମରେ ଶତ ପ୍ରତିଶତ ଟିକାକରଣ ହୋଇ ପାରିବ ସେ ନେଇ ମଧ୍ୟ ବିଡିଓ ଏବଂ ଅନ୍ୟ ଅଧିକାରୀମାନେ ଲୋକଙ୍କୁ ବୁଝାଇଥିଲେ । ଏ ଅବସରରେ ବିଡିଓ ବାଣୁଆ ଗ୍ରାମର ବିଭିନ୍ନ ସମସ୍ୟା ନେଇ ମଧ୍ୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ । ଏଠିକାର ମୁଖ୍ୟ ସମସ୍ୟା ଗମନା ଗମନ ଓ ପାନୀୟ ଜଳ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.