ଅପହୃତ ଶିଶୁ ଉଦ୍ଧାର, ଚାକରାଣୀ ଗିରଫ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନ୍ୟୁଜ୍): ଗତ ଶନିବାର ଦିନ ପାରାଦୀପରୁ ଜଣେ ଚାକରାଣୀ ଦ୍ୱାରା ଅପହୃତ ହୋଇଥିବା ଶିଶୁକୁ ଶେଷରେ ପୁଲିସ ଉଦ୍ଧାର କରିଛି । ଅଭିଯୁକ୍ତ ଚାକରାଣୀ ଶିଶୁପୁତ୍ରକୁ ନେଇ ଯେଉଁ ମହିଳାଙ୍କ ଘରେ ଆଶ୍ରୟ ନେଇଥିଲା ସେହି ମହିଳାଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣାରେ ତିନିଟି ପରିବାର ସମ୍ପୃକ୍ତ ଥିବା ବେଳେ ଏବେ ଚାକରାଣୀର ନେଟୱର୍କରେ ଥିବା ଆହୁରି କିଛି ଲୋକ ଏ ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ଖୋଳତାଡ଼ କରୁଛି । ଉଦ୍ଧାର ଶିଶୁକୁ ପୁଲିସ ପରିବାରକୁ ହସ୍ତାନ୍ତର କରିଛି । \nଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବାଲିକୁଦା ଅଞ୍ଚଳର ତିତିରା ଗ୍ରାମର ଶତ୍ରୁଘ୍ନ ସାମଲ, ତାଙ୍କ ପତ୍ନୀ ଓ ଅଢେଇ ମାସର ଶିଶୁକୁ ନେଇ ପାରାଦୀପର କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଘରକୁ ଗତ ଶନିବାର ଦିନ ବୁଲିବାକୁ ଆସିଥିଲେ । କୃଷ୍ଣଙ୍କ ଘରେ ଚାକରାଣୀ କାମ କରୁଥିବା ପାରାଦୀପଗଡ଼ର ମାନିନି ସାହୁ ଶିଶୁକୁ ଧରି ଖେଳୁଥିବା ବେଳେ ହଠାତ୍ କେଉଁଆଡ଼େ ଉଭାନ୍ ହୋଇଯାଇଥିଲା । ଖୋଜାଖୋଜି ପରେ ଉଭୟଙ୍କୁ ନ ପାଇବାରୁ ଥାନାରେ ଏତଲା ଦିଆଯାଇଥଲା । ପୁଲିସ ଖୋଜାଖୋଜି କରି ଶିଶୁକୁ କେନ୍ଦ୍ରାପଡ଼ା ଜିଲ୍ଲାର ସୁନିତି ଗ୍ରାମରୁ ଉଦ୍ଧାର କରିଛି । ଚାକରାଣୀ ମାନିନି, ଗୀତାଞ୍ଜଳି ମାନାଙ୍କ ଘରେ ଲୁଚିଥିବାରୁ ଗୀତାଞ୍ଜଳିଙ୍କୁ ମଧ୍ୟ ପୁଲିସ ଉଠାଇ ଆଣିଛି । ମାନିନିକୁ ପୁଲିସ ଗିରଫ କରିଥିବା ବେଳେ ଗୀତାଞ୍ଜଳିଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons