ହାଇଦ୍ରାବାଦ : ଏକ ଅଭାବନୀୟ ଘଟଣା । ଅଫିସ୍ ଭିତରେ ମହିଳା ତହସିଲ୍ଦାରଙ୍କୁ ଜଣେ ଯୁବକ ପେଟ୍ରୋଲ ପକାଇ ଜାଳି ଦେଇଛି । ଏହାପରେ ଯୁବକ ଜଣଙ୍କ ହାୟତ ନଗରରେ ଥାନାରେ ଆତ୍ମସମର୍ପଣ କରି ଦେଇଛି । ଏହି ଘଟଣା ହାଇଦ୍ରାବାଦ ନିକଟସ୍ଥ ରଙ୍ଗାରେଡ୍ଡୀ ଆବଦୁଲାପୁରମପେଟ୍ଟ ଘଟିଛି । ଜୀବନ୍ତ ଦଗ୍ଧ ହୋଇ ତହସିଲ୍ଦାର ବିଜୟା ରେଡ୍ଡୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ବିଜୟା ରେଡ୍ଡୀ ତହସିଲଦାର୍ ସହ ମଣ୍ଡଳ ରାଜସ୍ୱ ଅଧିକାରୀ ଥିଲେ । ଜଣେ ଅଜଣା ଯୁବକ ତାଙ୍କୁ ଅଫିସ୍ ଭିତରେ ପଶି ପେଟ୍ରୋଲ ପକାଇ ଜାଳି ଦେଇଥିଲା । ବିଜୟା ତାଙ୍କ କାର୍ୟ୍ୟାଳୟରୁ ବିକଳରେ ବାହାରକୁ ଚିତ୍କାର କରି ଦୌଡିଥିଲେ । କାର୍ୟ୍ୟାଳୟର ଗେଟ୍ ନିକଟରେ ସେ ପଡିଯାଇଥିଲେ ।
ଅଭିଯୁକ୍ତ ଯୁବକ ଜଣଙ୍କ ଥାନାରେ ଆତ୍ମସମର୍ପଣ କରିଛି। ଯୁବକ ଜଣଙ୍କ ନାମ କେ ସତୀଶ । ୭ ଏକର ଜମିକୁ ନେଇ ତାହାର ବିବାଦ ଚାଲିଥିଲା । କୋର୍ଟରେ ଏହି ମାମଲା ଚାଲିଛି । ସେ ଜମି ମାପଚୁପକୁ ନେଇ ତହସିଲଦାରଙ୍କୁ ଜଣାଇଥିଲା। ଏହାପରେ ସେ ତହସିଲଦାରଙ୍କୁ ଜାଳି ଦେଇଥିବା ପୁଲିସ କହିଛି ।
ବିଜୟା ନିଆଁ ଲାଗିବା ଅବସ୍ଥାରେ ଦୌଡୁଥିବା ଭିଜୁଆଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାପରେ ତହସିଲ୍ ଅଫିସ୍ର କର୍ମଚାରୀମାନେ ରାସ୍ତାରୋକ କରିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ହଟାଇଛି । ଅଭିଯୁକ୍ତ ଶରୀରର ୬୦ ପ୍ରତିଶତ ଜଳିଯାଇଥିବାରୁ ତାହାର ଅବସ୍ଥା ମଧ୍ୟ ଗୁରୁତର ଅଛି । ଫାଷ୍ଟଟ୍ରାକ କୋର୍ଟରେ ଏହାର ବିଚାର ହେବ ବୋଲି ପୁଲିସ ସୂଚନା ଦେଇଛି ।
Comments are closed, but trackbacks and pingbacks are open.