ଅଫିସ୍, ବ୍ୟାଙ୍କ୍ରେ ମାନୁନାହାନ୍ତି କଟକଣା

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ): ମାଡ଼ି ଆସୁଛି କରୋନା ବିପଦ । ଏବେ ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୫ଶହ ଛୁଇଁଲାଣି । ଗଞ୍ଜାମ ଜିଲ୍ଲାରେ ବି ନିୟମିତ ଏବେ ଦୁଇଅଙ୍କ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଜିଲ୍ଲା ପ୍ରଶାସନ କଟକଣାକୁ ଅଧିକ କଡ଼ାକଡ଼ି କରୁଛି । କିନ୍ତୁ କଟକଣାକୁ କେହି ମାନୁନାହାନ୍ତି । ଅଫିସ, ବ୍ୟାଙ୍କ୍ ଓ ବଜାର ସବୁ ଖୋଲାମେଲା । ପ୍ରଶାସନ କଟକଣା ପାଳନ ହେଉଛି କି ନାହିଁ ଅନୁଧ୍ୟାନ କରୁନାହିଁ । ସବୁଠି ଖୋଲାଖୋଲି ଭାବେ ପଞ୍ଚସୂତ୍ରକୁ ଉଲଂଘନ କରୁଛନ୍ତି । ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ଘରୋଇ ଅଫିସ ଓ ବିଭିନ୍ନ ସର୍ବସାଧାରଣ ଜାଗାରେ କରୋନା କଟକଣା ଉଲଂଘନ ହେଉଥିବା ନଜରକୁ ଆସିଛି । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏପର୍ଯ୍ୟନ୍ତ ଏନ୍ଫୋର୍ସମେଣ୍ଟ ଆରମ୍ଭ ହୋଇନାହିଁ ।
ଭୁବନେଶ୍ୱର ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖାରେ ୮ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ବ୍ୟାଙ୍କ୍କୁ ସିଲ୍ କରାଯାଇଛି । କିନ୍ତୁ ବ୍ରହ୍ମପୁରରେ ସବୁ ବ୍ୟାଙ୍କ୍ରେ ଏହି ସ୍ଥିତି ଦେଖିିବାକୁ ମିଳିଛି । ମାସ୍କ ନଥିଲେ ଜିଲ୍ଲାପାଳ ଜିନିଷ ମିଳିବ ନାହିଁ କି ବ୍ୟାଙ୍କ୍କୁ ପ୍ରବେଶ ମନା କରିଛନ୍ତି । ଏହି ବାର୍ତ୍ତା କେବଳ କାନ୍ଥରେ ମରାଯାଉଛି । ବ୍ୟାଙ୍କ୍ରେ ପ୍ରବେଶ ଦ୍ୱାରରେ ମାସ୍କ ନାହିଁ ତ ପ୍ରବେଶ ମନା ଲେଖାଯାଉଛି । କିନ୍ତୁ ଗ୍ରାହକ ମାନେ ବିନା ମାସ୍କରେ ପ୍ରବେଶ କରୁଛନ୍ତି । ସବୁଠୁ ବଡ଼ କଥା ହେଲା କର୍ମଚାରୀ ମାନେ ବି ଠିକ୍ ଭାବେ ମାସ୍କ ପିନ୍ଧୁନାହାନ୍ତି । ଦୁଇ ମିଟର ଦୂରତା ଦୂର କଥା ଗୋଟିଏ ହାତ ମଧ୍ୟ ଦୂରତା ରହୁନାହିଁ । ବ୍ୟାଙ୍କ୍ରେ କଟକଣା ମାନୁନାହାନ୍ତି ଅଧିକାରୀ ଓ କର୍ମଚାରୀ । ସେହିପରି ସରକାରୀ ଅଫିସ ମାନଙ୍କରେ ମଧ୍ୟ କଟକଣାକୁ ଖୋଲାଖୋଲି ଭାବେ ଉଲଂଘନ କରାଯାଉଛି ।
ବ୍ରହ୍ମପୁର ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖାରେ କିଭଳି କଟକଣା ମାନୁଛନ୍ତି ଦେଖିିବାକୁ ପ୍ରମେୟ ଟିମ୍ ପହଞ୍ଚିଥିଲା । ପ୍ରବେଶପଥରେ ମାସ୍କ ନଥିଲେ ପ୍ରବେଶ ମନା ଲେଖାଯାଇଥିଲା । ଶତାଧିକ ଗ୍ରାହକ ବ୍ୟାଙ୍କ୍ ଭିତରେ ଭିଡ଼ କରିଥିଲେ । କାହାରି ମୁହଁରେ ଠିକ୍ ଭାବେ ମାସ୍କ ଲାଗିନଥିଲା । ବହୁ ବରିÂ ନାଗରିକ ମଧ୍ୟ ମାସ୍କ ଲଗାଇନଥିବା ଦେଖିବାକୁ ମିଳିଥିଲା । ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ସୁମିତ୍ରା ନନ୍ଦନ ମହାପାତ୍ରଙ୍କୁ ପଚାରିବାରେ ସେ କହିଥିଲେ, ସମସ୍ତଙ୍କୁ କଟକଣା ମାନିବାକୁ ଅନୁରୋଧ କରାଯାଉଛି । ମାସ୍କ ଲଗାଇ ଭିତରକୁ ଆସୁଛନ୍ତି, ଭିତରେ ମୁହଁରୁ ମାସ୍କ ବାହାର କରିଦେଉଛନ୍ତି । କିଛି ଗ୍ରାହକ କୌଣସି କଟକଣାକୁ ମାନୁନାହାନ୍ତି । ଷ୍ଟେଟ୍ ବ୍ୟାଙ୍କ୍ ଖୋଡ଼ାସିଙ୍ଗି ଏଡି ଶାଖାରେ ମଧ୍ୟ ସମାନ ଅବସ୍ଥା । ଏଠାରେ ମଧ୍ୟ ଗ୍ରାହକ ମାସ୍କ ପିନ୍ଧିନଥିଲେ କି ସାମାଜିକ ଦୂରତା ନଥିଲେ । କିଛି କର୍ମଚାରୀ ସଠିକ୍ ଢ଼ଙ୍ଗରେ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା । ଶାଖା ପରିଚାଳକ ମାନସ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କଟକଣା ମାନିବାକୁ ଗ୍ରାହକଙ୍କୁ ଅନୁରୋଧ କରାଯାଉଛି । କର୍ମଚାରୀଙ୍କୁ ମଧ୍ୟ ସତର୍କ ରହିବାକୁ ନିଦେ୍ର୍ଧଶ ହୋଇଛି । କିନ୍ତୁ କେତେକ ଗ୍ରାହକ କୌଣସି କଟକଣା ମାନୁନାହାନ୍ତି ।
ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ମଧ୍ୟ ସମାନା ଅବସ୍ଥା ଦେଖିବାକୁ ମିଳିଛି । କିଛି କର୍ମଚାରୀ ମାସ୍କ ପିନ୍ଧିଥିଲେ କିନ୍ତୁ ଆଉ କର୍ମଚାରୀ ମାସ୍କ ଓଠ ତଳକୁ ପିନ୍ଧିଥିଲେ । ଆଜି ବିଏମ୍ସି ଜନ୍ମମୃତୁ୍ୟ ପଞ୍ଜିକରଣ ଅଫିସରେ ଭିଡ଼ ଜମିଥିଲା । ଏଠାରେ ମାସ୍କ ନଥିଲା କି ସାମାଜିକ ଦୂରତା ନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons