ଅବକାରି ଚଢାଉ ,ବିପୁଳ ନକଲି ବିଦେଶୀ ମଦ ସହ ପ୍ରସ୍ତୁତ ସାମଗ୍ରୀ ଜବତ୍ ,ଜଣେ ଗିରଫ

Get real time updates directly on you device, subscribe now.

ମୟୂରଭଞ୍ଜ : ମୟୁରଭଂଜ ଅବକାରି ବିଭାଗକୁ ମିଳିଛି ବଡ଼ ସଫଳତା। ବିପୁଳ ପରିମାଣର ନକଲି ବିଦେଶୀ ମଦ ସହିତ ପ୍ରସ୍ତୁତ ପାଇଁ ମହଜୁଦ ଆବଶ୍ୟକୀୟ ସାମଗ୍ରୀ ଜବତ। ତେବେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅବକାରୀ ବିଭାଗ ଅଧିନ ଉଠାଣିନୂଆଗାଁରୁ ଜବତ ହୋଇଛି ନକଲି ମଦ ଏବଂ ପ୍ରସ୍ତୁତ ସାମଗ୍ରୀ। ଉଠାଣିନୁଆଗାଁରେ ନକଲି ବିଦେଶୀମଦ ପ୍ରସ୍ତୁତ ହେଉଥିବା ନେଇ ସୂଚନା ବିଭାଗର ହସ୍ତକ୍ଷେପ ହୋଇଥିଲା। ଏହି ସୂଚନାକୁ ଭିତ୍ତିକରି ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦ୍ଦେଶରେ ଆଜି ଉଠାଣିନୂଆଗାଁ ଅଞ୍ଚଳରେ ଚଡାଉ କରାଯାଇଥିଲା । ଏହି ଅତର୍କିତ ଚଢ଼ାଉର ବେତନଟୀ ଅବକାରି ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ଉଦଳା ଅବକାରି ରେଞ୍ଜ ଅଧିକାରୀ ଅଭିରାମ ବେହେରା ମିଳିତ ନେତୃତ୍ବ ନେଇଥିଲା ବେଳେ ବହୁ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ । ଚଢ଼ାଉ ବେଳେ ଏକଶହ ଷାଠିଏ(୧୬୦) ବୋତଲ ଚୋରା ବିଦେଶୀ ମଦ ,(୩୫)ପଇଁତିରିଶି ଲିଟର ସ୍ପିରିଟ୍ ,କଲର୍ ଲିକୁଇଡ ଏକ ଲିଟର,ବୋତଲ ସିଲ ମେସିନ ଗୋଟିଏ , ନକଲି ଲଗ ସହିତ ବିପୁଳ ଖାଲି ବୋତଲ ସହ ଠିପି ଜବତ୍ କରାଯାଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ।

ରିପୋର୍ଟ :ଘାସିରାମ ବେହେରା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons