ଭଦ୍ରକ : ଅବକାରୀ କର୍ମଚାରୀଙ୍କୁ ମଦ ମଫିଆମାନେ ସଙ୍ଗବଦ୍ଧ ଭାବେ ଆକ୍ରମଣ ଘଟଣା । ପୂର୍ବରୁ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ଆଉ ଏବେ ଆଉ ୨ଜଣଙ୍କୁ ଗିରଫ କରାଯାଇଛି । ଯାହାକି ମାମଲାରେ ମୋଟ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି ।
ଖବର ଅନୁଯାୟୀ, ଭଦ୍ରକରେ ଅବକାରୀ ବିଭାଗର କର୍ମଚାରୀମାନେ ମିର୍ଜାପୁର ଅଞ୍ଚଳରେ ଚଢାଉ ପାଇଁ ଯାଇଥିଲା । ଚଢାଉ ସମୟରେ ମଦ ମାଫିଆମାନେ ଅକବାରୀ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଜବତ ହୋଇଥିବା ମଦ ଓ ଅଟକ ଥିବା ଅଭିଯୁକ୍ତମାନଙ୍କୁ ଚଢାଇନେଇଥିଲେ । ମଦ ମାଫିଆଙ୍କ ଆକ୍ରମଣରେ ୭ଜଣ ଅବକାରୀ କର୍ମଚାରୀ ଆହତ ହୋଇଥିଲେ ।
ଭଦ୍ରକ ପୁରୁଣା ବଜାର ଥାନାରେ ଲିଖିତ ଅଭିଯୋଗ ପରେ ୫ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ପୁଣି ଥରେ ଘଟଣାରେ ଆଉ ୨ଜଣଙ୍କୁ ଗିରଫ କରାଯାଇଛି । ହଳଦୀଡିହ ଠାରେ ପୋଲିସ ଦୁଇ ଅଭିଯୁକ୍ତ ନିତ୍ୟାନନ୍ଦ ବେହେରା ଓ କୈଳାସ ବେହେରାଙ୍କୁ ଗିରଫ କରିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି ।
Comments are closed, but trackbacks and pingbacks are open.