ଅବକାରୀ ଚଢଉ:ଗଞ୍ଜେଇ ସହ ୨ ଗିରଫ

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଲମତାପୁଟରୁ ଜୟପୁର ଗଞ୍ଜେଇ ବିକ୍ରି ଲାଗି ଆଣୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରି ପଡିଛନ୍ତି ୨ ଯୁବକ । ସେମାନେ ହେଲେ ଲମତାପୁଟ ବ୍ଲକ ମାଛକୁଣ୍ଡ ଥାନା ଉଞ୍ଚେଇପଡ଼ାର ସମରା ଗୋଲରୀ(୩୦) ଏବଂ ବୈପାରିଗୁଡ଼ା ଥାନା ଗୋଏଲଯୋଡ଼ିର ବଳରାମ ଗୋଲରୀ(୨୬) । ସେମାନଙ୍କ ପାଖରୁ ୨୭ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ମାଲର ଦାମ ୮୧ ହଜାର ଟଙ୍କା ହେବ ବୋଲି ପୁଲିସ ଅକାଳନ କରିଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଥିବା ଅବକାରୀ ଇନସ୍ପେକ୍ଟର ଦୁର୍ବାଦଳ ବିଶ୍ୱାଳ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ୨୦ ତାରିଖରେ ଶ୍ରୀ ବିଶ୍ୱାଳ, ଏସ୍ଆଇ ସଞ୍ଜୟକୁମାର କାଣ୍ଡି, ଏଏସ୍ଆଇ ଏମ୍. ଲକ୍ଷ୍ମଣ ରାଓ, ମାଧବେଶ ମାରାଣ୍ଡି ଏବଂ ଅନ୍ୟ କର୍ମଚାରୀ ପାଟ୍ରୋଲିଂରେ ବାହାରିଥିଲେ । ବୈପାରିଗୁଡ଼ା ଥାନା କୋଟା ଛକରେ ସମରା ଏବଂ ବଳରାମ ଗୋଟିଏ ବସ୍ତା ଧରି ଠିଆ ହୋଇଥିବା ବେଳେ ପୁଲିସକୁ ଦେଖି ସେମାନଙ୍କ ମଧ୍ୟରୁ ଜଣେ ଦୈଡ଼ିଥିଲା । ସନେ୍ଦହ ହେବାରୁ ପୁଲିସ ତାର ପିଛା କରି କାବୁ କରିବା ସହ ଅନ୍ୟ ଜଣଙ୍କୁ ଧରିଥିଲା । ପଚରାଉଚରା ବେଳେ ବସ୍ତାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଲମତାପୁଟ ଅଞ୍ଚଳରୁ ଜୟପୁର ବିକ୍ରି ଲାଗି ଆଣିଥିବା ସେମାନେ ସ୍ୱୀକାର କରିଥିଲେ । ଲମତାପୁଟର କାହାଠୁ ଗଞ୍ଜେଇ କିଣାଯାଇ ଜୟପୁରର କାହାକୁ ବିକ୍ରି କରାଯାଇଥାନ୍ତା, ସେ ସମ୍ପର୍କରେ କିଛି କହିନଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଇନସ୍ପେକ୍ଟର ଶ୍ରୀ ବିଶ୍ୱାଳ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons