ମାଲକାନଗିରି,(ବି.ବି.ନୁ୍ୟଜ୍): ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୫୫ ଲିଟର ଦେଶୀ ମଦ ଓ ୩ ହଜାର କେଜି ପୋଚ ଜବତ କରାଯାଇଛି । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ସୂଚନା ଅନୁସାରେ, ପୂର୍ବାହ୍ନରେ ଏହି ଚଢଉ କରାଯାଇଥିଲା । ସରଲୁକୋଣ୍ଡା, ଉସକାପାଲ୍ଲୀ ଓ ନୀଳାତାମ୍ବେରୁର ବିଭିନ୍ନ ସ୍ଥାନରେ ଏହି ଚଢଉ ହୋଇଥିଲା । ଜିଲ୍ଲା ଅବକାରୀ ସୁପରିନଟେଣ୍ଡଣ୍ଟ ଅଶୋକ କୁମାର ସେଠଙ୍କ ନିଦେ୍ର୍ଧଶରେ ଚଢଉ ହୋଇଥିଲା । ଜିଲ୍ଲା ବିଭାଗ ସମେତ ବାଲିମେଳା ଅବକାରୀ ବିଭାଗ ଇନ୍ସପେକ୍ଟର ଓ ଓରକେଲ ଥାନା ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଚଢଉ ହୋଇଥିଲା । ବେଆଇନ ଭାବେ ମଦ ରାନ୍ଧୁଥିବାରୁ ଉକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିଲା ।


Comments are closed, but trackbacks and pingbacks are open.