
ଫୁଲବାଣୀ: ଫୁଲବାଣୀରେ ଅବକାରୀ ବିଭାଗର ଚଢଉ । ବଡ ଧରଣର ଚଢଉରେ ୧୮୮ କିଲୋ ଗଞ୍ଜେଇ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜିଲାପାଳ ଡଃ ବୃନ୍ଦା ଡିଙ୍କ ନିର୍ଦ୍ଦେଶରେ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରବିବାର ସକାଳୁ ସକାଳୁ ଚଢାଉ ହୋଇଥିଲା ।
ବିଶେଷ ସୂତ୍ରରୁ ଖବର ପାଇ ଟିକାବାଲି ଥାନା ଲାଇନପଡାଠାରେ ଖଜୁରୀପଡା ଆଡ଼କୁ ଯାଉଥିବା ଏକ ସ୍କର୍ପିଓ ଗାଡିକୁ ଅବକାରୀ କର୍ମଚାରୀ ଯାଂଚ କରିବାରେ ସେଥିରୁ ୧୩୩ କିଲୋ ଗଞ୍ଜେଇ ମିଳିଥିଲା । ଏହି ମାମଲାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଲ ଗ୍ରାମର ଦିଲ୍ଲୀପ କୁମାର ବେହେରା ଓ ଜିତେନ୍ଦ୍ର କୁମାର ବେହେରାଙ୍କୁ ଗିରଫ କରାଯାଇଛି । ସେହିଭଳି ଖଜୁରୀପଡା ଥାନା ଗାଡିଆପଡା ଘାଟିରେ ଏକ କାରରୁ ୫୫ କିଲୋ ଜବତ କରିଛି ଅବକାରୀ ବିଭାଗ ।
ଏଥିରେ ସଂପୃକ୍ତ ଅଭିଯୋଗରେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡାର ଆକାଶ କୁମାର ଚୌଧୁରୀ ଓ ପ୍ରତାପ ଆଲଟିଆଙ୍କୁ ଗିରଫ କରାଯାଇଛି । ଉଭୟ ଗଞ୍ଜେଇ ଭୂବନେଶ୍ୱର ଚାଲାଣ କରାଯାଉଥିବା ଜଣାପଡିଛି । ଚଢ଼ାଉ ରେ ଅବକାରୀ ଅଧୀକ୍ଷକଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ ।


Comments are closed, but trackbacks and pingbacks are open.