ଅନୁଗୋଳ: ରେଙ୍ଗାଲିରୁ ବିପୁଳ ପରିମାଣର ଦେଶୀ ପାଉଚ ମଦ ଜବତ। ତିନି ଜଣକୁ ଗିରଫ କଲା ଅବକାରୀ ବିଭାଗ। ରେଙ୍ଗାଲି ବଜାର ମଧ୍ୟରେ ବେଧଡ଼କ ଚାଲୁଥିଲା ବେପାର। ଆଗରୁ କେହି ମୁହଁ ଖୋଲୁ ନଥିଲେ।କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ରେଙ୍ଗାଲି ବଜାରରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା।
ଚଢ଼ଉ ସମୟରେ ୧୨ ବସ୍ତା ପାଉଚ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ତାଳଚେର ଅବକାରୀ ବିଭାଗ ଖବର ପାଇବା ପରେ ରେଙ୍ଗାଲି ବଜାରରେ ଥିବା ଏକ ଦୋକାନରେ ଚଢ଼ାଉ କରିଥିଲା। ଏହି ମଦ ଦୋକାନରେ ବହୁ ଦିନ ହେବ ମଦ ବିକ୍ରି ହେଉଥିବା ଅବକାରୀ ବିଭାଗ ସୂଚନା ଦେଇଛି। କିଛି ମହିଳାଙ୍କ ଅଭିଯୋଗ ଆଧାରରେ ଅବକାରୀ ବିଭାଗ ପକ୍ଷରୁ ଏହି ଚଢାଉ ହୋଇଥିଲା।


Comments are closed, but trackbacks and pingbacks are open.