ଅବସର ପରେ ଖାଲି ହାତରେ ଫେରିଲେ ଶିକ୍ଷକ

Get real time updates directly on you device, subscribe now.

ନବରଙ୍ଗପୁର: ଅବସର ପରେ ଶିକ୍ଷକ ଖାଲି ହାତରେ ଘରକୁ ଫେରିଛନ୍ତି । ଶିକ୍ଷକତା କରି ଜୀବନ ସରିଗଲାଣି । ଅବସର ପରେ କେମିତି ଚଳିବେ, ପିଲାଙ୍କ ଭବିଷ୍ୟତ କେମିତ ଗଢିବେ-ଚିନ୍ତାରେ ଶିକ୍ଷକଙ୍କ ନିଦ ହଜିଯାଇଛି । ଆମେ କହୁଛୁ, ନବରଙ୍ଗପୁର ବ୍ଲକ କୁମଝର ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିବା ଗଣଶିକ୍ଷକ ଭଗବାନ ଧାକଡଙ୍କ କରୁଣ କାହାଣୀ । ଦୀର୍ଘ ୩୦ ବର୍ଷ ଚାକିରି କାଳରେ ନିୟମିତ ଶିକ୍ଷକର ମାନ୍ୟତା ମିଳିଲା ନାହିଁ । ୧୦୫ ଟଙ୍କାରେ ଚାକରି ଜୀବନ ଆରମ୍ଭ କରିଥିବା ଭଗବାନଙ୍କ ଦରମା ଅବସର ବେଳକୁ ୭ହଜାର ଟଙ୍କାରେ ଅଟକିଗଲା । ଗତ ଜୁନ୍ ୩୦ ତାରିଖଠାରୁ ଆଉ ୭ହଜାର ଟଙ୍କା ମଧ୍ୟ ମାସିକ ପାଇଲେ ନାହି ାଁ ସରକାରଙ୍କ ବିଚିତ୍ର ନିୟମ । ଶିକ୍ଷକଙ୍କୁ ବିଭିନ୍ନ ଶ୍ରେଣୀ ଭାଗ କରି କାହାକୁ ପଦୋନ୍ନତି, ପେନସନ୍, ଗ୍ରାଚୁ୍ୟଇଟି, ଆଏ ସ୍କିମ୍ ରହିଛି ତ ଆଉ କାହାକୁ ପଦୋନ୍ନତି ନାଁ ମିଳବ ପେନ୍ସନ ଓ ଗ୍ରାଚୁ୍ୟଇଟି । ଏଭଳି ଅବସର ପରେ ଭଗବାନ ଖାଲି ହାତରେ ଘରକୁ ଫେରିଛନ୍ତି । ଗରୀବ ଶ୍ରେଣୀର ପରିବାର । ଜମି କହିଲେ ଅଧ ଏକର । ଟିଣ ଘର । ହଜାର ହଜାର କୁନି କୁନି ଶିଶୁଙ୍କ ଶିକ୍ଷା ଭବିଷ୍ୟତ ଗଢିଥିବା ଶିକ୍ଷକ ଅର୍ଥ ଅଭାବ ଯୋଗୁ ୩ ଝିଅଙ୍କ ମଧ୍ୟରୁ ଜଣେ ମାଟ୍ରିକ୍, ଜଣେ ଯୁକ୍ତ ୨ ଆଉ ଜଣେ ଅଧାରୁ ପାଠ ଛାଡ଼ି ଦେଲା । କିନ୍ତୁ ୩ ଝିଅଙ୍କୁ ବହୁ କଷ୍ଟମଷ୍ଟେ ବିବାହ କରି କାମ ସାରି ଦେଇଛନ୍ତି ଭଗବାନ । ପୁଅ ଯୁକ୍ତ ୨ ପାଠ ପଢୁଛି । ତାଙ୍କ ପରିବାରକୁ ସରକାରଙ୍କ ତରଫରୁ ଚାଉଳ ମିଳୁଥିଲା । କିନ୍ତୁ ଭଗବାନ କହିଛନ୍ତି, ସେ ଗଣଶିକ୍ଷକ ଭାବେ ଚାକିରି ପାଇବା ପରେ ତାହା ବି କଟିଗଲା । ଏବେ ଅବସର ପରେ ଆଉ ମାସକୁ ମିଳୁଥିବା ୭ହଜାର ଟଙ୍କା ବି ଆଉ ମିଳିବ ନାହି ାଁ ଆଗକୁ ପୁଅର ଭବିଷ୍ୟତ ଗଢିବା ଦାୟିତ୍ୱ ସହିତ ଘରେ ୩ ପ୍ରାଣୀ କୁଟୁମ୍ବ । କେମିତି ଚଳିବେ, କ’ଣ ଖାଇବେ । ଏକଥା ଚିନ୍ତା କରି ଭଗବାନ ଭାଙ୍ଗି ପଡ଼ିଛନ୍ତି । ରାତିରେ ଶୋଇଲେ ନିଦ ହେଉନି । ତେବେ ଜିଲ୍ଲାରେ କେବଳ ଭଗବନ ଜଣେ ନୁହେଁ । ତାଙ୍କ ଭଳି ଆଉ ୨୫୦ ଜଣ ଗଣଶିକ୍ଷକ ଶିକ୍ଷକତା କରୁଛନ୍ତି । ଆହୁରି ଅନେକ ଅବସର ନେଇ ମୃତୁ୍ୟବରଣ କରି ସାରିଛନ୍ତି । କିନ୍ତୁ କୌଣସି ଗଣଶିକ୍ଷକଙ୍କୁ ପଦନ୍ନୋତି ମିଳି ନଥିବା ବେଳେ ପେନସନ୍ରୁ ମଧ୍ୟ ବଂଚିତ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଜିତ୍ ତ୍ରିପାଠୀ କହିଛନ୍ତି, ଏଭଳି ଦୁର୍ଦ୍ଧଶା ଭୋଗ କରୁଥିବା ଗଣଶିକ୍ଷକଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ନିୟମିତ ଶିକ୍ଷକ ଓ ଗଣଶିକ୍ଷକଙ୍କ ମଧ୍ୟରେ କୌଣସି ଫରକ୍ ନାହିଁ । କାମ ସମାନ କିନ୍ତୁ ଦରମା ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ଗଣଶିକ୍ଷକଙ୍କୁ ବଂଚିତ କରାଯାଇଛି । ତେଣୁ ନୂତନ ଶିକ୍ଷାନୀତି ଲାଗୁ କରିବା ପୂର୍ବରୁ ଶିକ୍ଷକମାନଙ୍କୁ ଦରମା ଦେବା ପାଇଁ ସରକାର ପାତରଅନ୍ତର ନୀତି ଓ ଶିକ୍ଷକ ଶ୍ରେଣୀକୁ ଭାଗ କରିବା ବନ୍ଦ କରି ଶିକ୍ଷକଙ୍କ ପଦମର୍ଯ୍ୟାଦା ପ୍ରତି ଗୁରୁତ୍ୱ ଦେବାକୁ ସଂଘ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏକ ଦାବି ପତ୍ର ପଠାଇଥିବା ସେ କହିଛନ୍ତି ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons