ଅବସାଦ ଦୂର କରେ ପୋଷା ଜନ୍ତୁ

Get real time updates directly on you device, subscribe now.

ଗୃହପାଳିତ ପଶୁଙ୍କ ସହ କେବଳ ୧୦ ମିନିଟ୍ ସମୟ ବିତାଇଲେ, ପିଲାଙ୍କ ଚିନ୍ତା ଓ ଅବସାଦ ଦୂର ହୁଏ ବୋଲି ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି । ଏହି ତଥ୍ୟକୁ ଆଧାର କରି ବହୁ ବିଶ୍ୱବିଦ୍ୟାଳୟ ‘ପେଟ୍ ୟୋର୍ ଷ୍ଟ୍ରେସ୍ ଆୱେ’ ନାମକ ଅଭିଯାନ ଚଲାଇଛନ୍ତି ବୋଲି ଆଇଆର୍ଏ ଓପନ୍ ନାମକ ପତ୍ରିକାରେ ପ୍ରକାଶ ପାଇଛି । ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ପେଟ୍ରିସିଆ ପେଫ୍ରି କୁହନ୍ତି, ୧୦ ମିନିଟ୍ ପୋଷା ଜନ୍ତୁଙ୍କ ସହ ଖେଳିଲେ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼େ । ସେଥିପାଇଁ ସେ ୨୪୯ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନରେ ସାମିଲ କରିଥିଲେ । ସେମାନଙ୍କୁ ଚାରି ଭାଗରେ ବିଭକ୍ତ କରିଥିଲେ । ପ୍ରଥମ ଭାଗର ଛାତ୍ରଛାତ୍ରୀଙ୍କୁ ପୋଷା କୁକୁର ଓ ବିଲେଇଙ୍କ ସହ ସମୟ ବିତାଇବାକୁ କହିଥିଲେ । ଯେଉଁ ଛାତ୍ରଛାତ୍ରୀ ପୋଷା ଜନ୍ତୁଙ୍କ ସହ ସମୟ ବିତାଇଥିଲେ, ସେମାନଙ୍କ ଶରୀରରେ କୋର୍ଟିସୋଲ୍ ହରମୋନ୍ କ୍ଷରଣ କମିଥିଲା । ଏହା ମୁଖ୍ୟତଃ ଅବସାଦ ସୃଷ୍ଟି ପାଇଁ ଦାୟି । ପୋଷା ଜନ୍ତୁଙ୍କ ସହ କିଛି ସମୟ ବିତାଇବା ପରେ ଛାତ୍ରଛାତ୍ରୀଙ୍କ ଶରୀର ସୁସ୍ଥ ରହିବା ସହ ମସ୍ତିଷ୍କ ଉପରେ ଭଲ ପ୍ରଭାବ ପଡ଼ିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons