‘ଅବୁଝା ପ୍ରେମ’ର ଶୁଭ ମହୁରତ

Get real time updates directly on you device, subscribe now.

ଜୟପୁର: ସ୍ଥାନୀୟ ସାଇଫିଲ୍ମ ପକ୍ଷରୁ ପ୍ରସ୍ତୁତ ହେବାକୁ ଯାଉଛି କ୍ଷୁଦ୍ର ଚଳଚ୍ଚିତ୍ର ‘ଅବୁଝା ପ୍ରେମ’ । ଏହାର ଶୁଭ ମହୁରତ ଅନୁÂିତ ହୋଇଯାଇଛି । ଦେଢ ଘଣ୍ଟା ଅବଧିର ଏହି ଚଳଚ୍ଚିତ୍ର ଅନର କିଲିଂ ଉପରେ ଆଧାରିତ ହେବ ବୋଲି କହିଛନ୍ତି ଏହାର ନିଦେ୍ର୍ଧଶକ ଅମର ମିଶ୍ର ।
ଶ୍ରୀ ମିଶ୍ର କହିଛନ୍ତି, ଆଞ୍ଚଳିକ ପରିବେଶରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବ । ସଂଳାପ ସଂପୂର୍ଣ୍ଣ ଓଡିଆରେ ରହିବ । ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଗତିଶୀଳ ହେବ ଏହି ଚଳଚ୍ଚିତ୍ର । ଦିନକୁ ଦିନ ଅନର କିଲିଂ ବଢିବାରେ ଲାଗିଛି । ଏହା ଦେଶର କୌଣସି ଗୋଟିଏ କି ଦୁଇଟି ରାଜ୍ୟ ମଧ୍ୟରେ ସୀମିତ ହୋଇ ରହିନି । ପ୍ରାୟ ସବୁ ରାଜ୍ୟରେ ଅନର କିଲିଂ ଦେଖିବାକୁ ମିଳୁଛି । ଭିନ୍ନ ଭିନ୍ନ ଜାତିର ପୁଅଝିଅଙ୍କ ପ୍ରେମ, ନିଜ ସମ୍ପର୍କୀୟଙ୍କ ସହ ପ୍ରେମକୁ ଅନେକ ସମୟରେ ସ୍ୱୀକୃତି ମିଳୁନି । ଯାହାକୁ ନେଇ ଏଭଳି ଜଘନ୍ୟକାଣ୍ଡ ଘଟୁଛି । ଏହାକୁ ଆଧାର କରି ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଉଛି । ଅନର କିଲିଂ ବନ୍ଦ କରିବା ଦିଗରେ ଏହି ଚଳଚ୍ଚିତ୍ର ଏକ ସାମାଜିକ ବାର୍ତ୍ତା ବହନ କରିବ ବୋଲି ଆଶା କରାଯାଉଛି । ଏହା ତରଙ୍ଗରେ କିପରି ପ୍ରସାରିତ ହେବ, ସେଥିପାଇଁ ଲକ୍ଷ୍ୟ ରଖାଯାଇଛି । ଅଭିନେତା ଭାବେ ମାନସ ପଣ୍ଡା, ଅଭିନେତ୍ରୀ ଭାବେ ଶୁଭଶ୍ରୀ ରହିଛନ୍ତି । ଅନ୍ୟ କଳାକାର ଭାବେ ବିଜୟ , ସନ୍ତୋଷ, ରୋମିଓ, ଅଙ୍କିତା, ଶର୍ମିÂା, ସୀତାକାନ୍ତ, ରବି, ନିରଞ୍ଜନ ପ୍ରମୁଖ ରହିଛନ୍ତି । ଏହାର ପ୍ରଯୋଜକ ହେଉଛନ୍ତି ଭୁବନ ଷଢଙ୍ଗୀ ଏବଂ ସହପ୍ରଯୋଜକ ରହିଛନ୍ତି କିଶୋର ମିଶ୍ର । ସଙ୍ଗୀତ ଦେବେ ଆନନ୍ଦ ଦାଶ । ଅଳ୍ପଦିନ ମଧ୍ୟରେ ଏହାର ସୁଟିଂ ଆରମ୍ଭ ହେବ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁଟିଂ ପାଇଁ ଲକ୍ଷ୍ୟ ରଖାଯାଇଛି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons