ଅଭିଜିତଙ୍କ ଲଭ୍ ରୋମାନ୍ସ

Get real time updates directly on you device, subscribe now.

ଓଲିଉଡର ମେଲୋଡି ମାଷ୍ଟର୍, ଦ ଅଲ୍ ଟାଇମ୍ ହିଟ୍ ମେସିନ୍ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ସଙ୍ଗୀତ ନିର୍ଦ୍ଦେଶକଙ୍କ ଅଭିନୀତ ଓ ସଙ୍ଗୀତ ନିର୍ଦ୍ଦେଶିତ ମ୍ୟୁଜିକ୍ ଭିଡିଓ ‘କେର କେରା ଲଭ୍’ ମୁକ୍ତିଲାଭ କରିବାକୁ ଯାଉଛି । ତିତଲି ପ୍ରଡକ୍ସନ୍ସ ଓ ଏଲ୍ଟି ପ୍ରଡକ୍ସନ୍ସ ପ୍ରଯୋଜିତ ଏହି ମ୍ୟୁଜିକ୍ ଭିଡିଓର ଶୀର୍ଷକ ରହିଛି ‘କେର କେରା ଲଭ୍’(କିନ୍ଦି ନାଗିବୋ ଜେ) । ସବୁବେଳେ ମଜାଳିଆ, ରୋମାଣ୍ଟିକ ଶୈଳୀ ଗୀତରେ ସଙ୍ଗୀତର ଧୂନ୍ ଦେଉଥିବା ଅଭିଜିତ ଦା’ ନିଜ ବେଳକୁ ଆଉ ଟିକେ ଆଗକୁ ପଳାଇଛନ୍ତି । ଏହି ଭିଡିଓରେ ସେ ଅଭିନୟ କରିବା ସହ ମୋନାଲି, ବାବୁ ଦା’, ରାଧେ ଓ ପୂରା ଏଲ୍ଟି ଗ୍ରୁପ୍ ନଜର ଆସିବେ । ପ୍ରଯୋଜନା କରିଛନ୍ତି ପ୍ରୀତିଶ ମହାନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ । ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ଦା’ । କ୍ୟାମେରାରେ ଅମରେଶ ଜେନା ସହଯୋଗ କରିଥିବାବେଳେ ଗୀତଟିକୁ ଗାଇଛନ୍ତି ନିଜେ ଅଭିଜିତ ଦା’ ଓ ମୋନାଲି । ଅଭିଜିତ ଦା’ଙ୍କ ଆଶା ତାଙ୍କର ସବୁ ଗୀତଭଳି ଏ ଗୀତକୁ ଦର୍ଶକ ପସନ୍ଦ କରିବେ । ଏଇଠୁ ପୂଜା ସଜବାଜ ଆରମ୍ଭ ହେଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons