ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତିଙ୍କ ମା’ଙ୍କ ଦେହାନ୍ତ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଦିବଙ୍ଗତ ବିଜୟ ମହାନ୍ତିଙ୍କ ମାଆ ଶାନ୍ତିଲତା ମହାନ୍ତି(୯୬)ଙ୍କର ଶନିବାର ଦେହାନ୍ତ ଘଟିଛି । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । କିଛିଦିନ ପୂର୍ବରୁ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ । ଶୁକ୍ରବାର ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଶନିବାର ସକାଳ ୬.୪୮ ମିନିଟ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ମୃତୁ୍ୟ ଶଯ୍ୟା ନିକଟରେ ସାନପୁଅ ତଥା ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ଅଜୟ ମହାନ୍ତି, ସାନ ବୋହୂ ସ୍ୱାତୀ ମହାନ୍ତି, ବଡ଼ ଝିଅ ସୁଶୋଭିତା ପ;ନାୟକ, ସାନ ଝିଅ ସୁଜତା ଦାସଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ଥିଲେ । କୋଭିଡ୍ ନିୟମ ଅନୁଯାୟୀ ସ୍ଥାନୀୟ ଅସ୍ତପୁର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସାନପୁଅ ଅଜୟ ମୁଖାଗ୍ନି ଦେଇଥିଲେ । ସୂଚନାଯୋଗ୍ୟ, ସ୍ୱାମୀ ଆଦିକନ୍ଦଙ୍କ ମୃତୁ୍ୟ ପରେ ୨୦୧୨ ମସିହାରୁ ଶାନ୍ତିଲତା ନିଜ ଘର କେନ୍ଦ୍ରପଡ଼ା ଜିଲ୍ଲା ପାଣ୍ଡିରି ଗ୍ରାମରୁ ଆସି ସାନପୁଅ ଅଜୟଙ୍କ ସହ ରେମୁଣା ବଜାର ନିକଟ ଅଚୁ୍ୟତପୁରରେ ରହି ଆସୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons