ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉଡିÿଲା ତ୍ରିରଙ୍ଗା । ଜୟ ହିନ୍ଦ୍ ନାରାରେ କମ୍ପିଲା ପ୍ରଦର୍ଶନୀ ପଡିÿଆ । କିନ୍ତୁ ଉତ୍ସବରେ ସାମିଲ ହୋଇନଥିଲେ ସାଧାରଣ ଜନତା । ପୁଲିସର ଫ୍ଲାର୍ଗ ମାର୍ଚ୍ଚ ମଧ୍ୟ ହୋଇନଥିଲା । ଅତିଥିଙ୍କ ସଂଖ୍ୟା ବି ସୀମିତ ଥିଲା । ସବୁଠି ଦୁଇ ଗଜ ଦୂରତା ବାଧ୍ୟତାମୂଳକ ରହିଥିଲା । ତା’ ସାଙ୍ଗକୁ ମୁହଁରେ ସମସ୍ତେ ମାସ୍କ ପିନ୍ଧିଥିଲେ । ଏମିତି କୋଭିଡ୍ କଟକଣାରେ ପାଳନ ହୋଇଛି ୭୪ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିବାଦନ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ସକାଳ ସାଢେ଼ ୬ଟାରୁ ରାମମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ ରାସ୍ତା ସିଲ୍ କରାଯାଇଥିଲା । ସେଣ୍ଟ ଜୋସେଫ୍ ଲେନ୍ ଓ ଏମ୍ବିଏସ୍ ଲେନ୍ ଠାରେ ଏହି ରାସ୍ତା ଉପରେ ପୁଲିସ୍ ଜଗି ରହିଥିଲେ । ପଡ଼ିଆ ଭିତରେ ବି ପୁଲିସ୍ର କଡ଼ା ପ୍ରହର ଥିଲା । ୨ ମିଟର ଦୂରତାରେ ଚେୟାର ପଡ଼ିଥିଲା । ଯେଉଁଥିରେ ବରିÂ ପ୍ରଶାସନିକ ଅଧିକାରୀ ଓ ଅତିଥିମାନେ ବସିଥିଲେ । ଆଗ ଦୁଇ ଧାଡିÿରେ ଡାକ୍ତର, ନର୍ସ, ସଫେଇ କର୍ମଚାରୀଙ୍କ ଭଳି ୩୧ ଜଣ କୋଭିଡ୍ ଯୋଦ୍ଧା ବସିଥିଲେ । ଏ ସମସ୍ତଙ୍କ ସଂଖ୍ୟା ମାତ୍ର ୧୦୦ରୁ କମ୍ ହେବ । ସମସ୍ତଙ୍କ ମୁହଁରେ ମାସ୍କ ବନ୍ଧା ଯାଇଥିଲା ।
ସକାଳ ୮ଟା ୫୦ ମିନିଟ୍ରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପଡ଼ିଆରେ ପ୍ରବେଶ କଲା । ଲାଲ୍କିଲ୍ଲା ଶୈଳୀରେ ନିର୍ମିତ ଷ୍ଟେଜ୍କୁ ଚଢ଼ି ମୁଖ୍ୟମନ୍ତ୍ରୀ ଠିକ୍ ୯ଟା ୨ ମିନିଟ୍ରେ ଜାତୀୟ ପତାକା ଉତ୍ତୋଳନ କଲେ । ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ଧୂନ ପରିବେଷଣ କରାଗଲା । ଏସ୍ଏସ୍ବି, ଓଏସ୍ଏପି ସପ୍ତମ ବାଟାଲିଅନ୍ ଏବଂ ଓଡ୍ରାଫ୍ ପ୍ଲାଟୁନ୍ର ପୁଲିସ୍ ଦେଶାତ୍ମବୋଧକ ନାରାବାଜି ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ । ସ୍ୱାଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଥିଲେ । ମହାମାରୀ କରୋନା ବିରୋଧରେ ଲଢ଼ୁଥିବା ଓଡିÿଶା ସମ୍ପର୍କରେ ଅଭିଭାଷଣ ରଖିଥିଲେ । କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ୯ଟା ୧୦ ମିନିଟ୍ରେ ପଡ଼ିଆରୁ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ବାହାରି ଥିଲା ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ୍, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ତଥା କମିଶନର ସଞ୍ଜୟ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଶାସନ ସଚିବ ରଞ୍ଜନା ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୁଲିସ ଡିଜି ଶ୍ରୀ ଅଭୟ ଓ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।
ସୁରକ୍ଷା ଦାୟିତ୍ୱରେ ୪ ଅତିରିକ୍ତ ଡିସିପି, ୧୦ ଏସିପି, ୧୨ ଇନ୍ସପେକ୍ଟର, ୨୦ ସବ୍ଇନ୍ସପେକ୍ଟର ନିୟୋଜିତ ଥିଲେ । ପଡ଼ିଆ ଭିତରେ ଓ ବାହାରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିଲେ ।
Comments are closed, but trackbacks and pingbacks are open.