ଅମରେଶ ନାୟକ ହତ୍ୟାକାଣ୍ଡ: ୩ ମାସ ପରେ ଆଉ ଜଣେ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ୩ ମାସ ପରେ ଏୟାରଫିଲ୍ଡ ଥାନା ପୁଲିସ ଧରିଛି । ସେ ହେଲେ ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ତଳ ସାହିର ରୋଶନ ଜେନା(୨୦) । ତାଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରୋଶନଙ୍କୁ ମିଶାଇ ଏଯାବତ୍‌ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି ।
ପୁଲିସ କହିଛି, ହତ୍ୟା ଦିନ ରୋଶନ ଘଟଣାସ୍ଥଳରେ ଉପସ୍ଥିତ ଥିଲା । ଅମରେଶଙ୍କ ଅପରଗୋଷ୍ଠୀ ସହ ସେ ମଧ୍ୟ ପୂର୍ବରୁ ମିଶାମିଶି କରୁଥିଲା । ଘଟଣା ପରେ ସେ ଦୀର୍ଘ ୩ ମାସ ଧରି ରାଜ୍ୟ ବାହାରକୁ ଚାଲି ଯାଇଥିଲା । ଏବେ ଘରକୁ ଫେରିଥିବା ଖବର ପାଇ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପୂର୍ବରୁ ପୁଲିସ ସୁନ୍ଦରପଦାର ରଘୁନାଥ ବାରିକ ଓରଫ ରଘୁଆ, ରାକେଶ ନାୟକ ଓରଫ ବବୁଲି ଓ ବିଶ୍ୱଜିତ୍‌ ରାଉତ ଓରଫ ଉଙ୍କା, ପୁରୁଣା ଭୁବନେଶ୍ୱରର ହରଚଣ୍ଡିସାହିର ଶଙ୍କର ବସ୍ତିଆ, କପିଳପ୍ରସାଦର ଜଗଦୀଶ ଗଜେନ୍ଦ୍ର ଓରଫ ରାଜା ଓ ସୁନ୍ଦରପଦା ବେହେରାସାହିର ଜିତେନ୍ଦ୍ର ମଲ୍ଲିକଙ୍କୁ ଗିରଫ କରିଥିଲା । ଅନ୍ୟ ପକ୍ଷରେ ମୃତ ଅମରେଶଙ୍କ ପରିବାର ଲୋକେ ଏହି କାଣ୍ଡ ପାଇଁ ପୁଲିସକୁ ଦାୟୀ କରିଛନ୍ତି । ଘଟଣାକୁ ୩ ମାସ ବିତିବା ସତ୍ତେ୍ୱ ବି ଏଯାଏଁ ୩ରୁ ଅଧିକ ଅପରାଧୀ ଫେରାର୍‌ ଅଛନ୍ତିି । ଖୁବଶୀଘ୍ର ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି ।
ସୂଚନାଯୋଗ୍ୟ, ୨୦୧୯ ଦୀପାବଳି ରାତିରେ ୧୫ରୁ ଅଧିକ ଅଭିଯୁକ୍ତ ସଂଘବଦ୍ଧ ଭାବେ ଅମରେଶଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ କାଠ ଫାଳିଆରେ ପିଟି ପିଟି ମାରି ଦେଇଥିଲେ । ହତ୍ୟାକାଣ୍ଡ ଘଟଣାରେ ଏୟାରଫିଲ୍ଡ ଥାନା ପୁଲିସ ପୂର୍ବରୁ ୮ ଜଣଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons