ଅମାନିଆଙ୍କ ଦାଦାଗିରି: ନିୟମ ଭାଙ୍ଗି ରେଡ୍ ଜୋନରୁ ସ୍ତ୍ରୀଙ୍କ ସହ ଫେରିଲେ, ତଥ୍ୟ ସଂଗ୍ରହ ପାଇଁ ଯାଇଥିବା ଆଶାକର୍ମୀଙ୍କୁ କଲେ ଆକ୍ରମଣ

Get real time updates directly on you device, subscribe now.

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଆଜି ଗୋଟିଏ ଦିନରେ ଚାରି ଜଣ କରୋନା ପଜିଟିଭ୍ ବାହାରିଥିବା ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା । ରେଡ୍ ଜୋନରୁ ଖସି ଆସିଥିବା ଯୁବକଙ୍କ ତଥ୍ୟ ଆଣିବାକୁ ଯାଇଥିବା ଆଶା କର୍ମୀ ଏବଂ ଓ୍ୱାର୍ଡମେମ୍ବରଙ୍କୁ ଜୋତା ମାଡ କରିବା ସହିତ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି କିଛି ଅମାନିଆ ଏବଂ ସେମାନଙ୍କର ପରିବାର ଲୋକେ । ଉଦଳା ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି ।
ବାଲେଶ୍ବର ଜିଲ୍ଲା ଏବେ ରେଡ୍ ଜୋନରେ ରହିଛି । ଏହି ସମୟରେ ରେଡ୍ ଜୋନର ବରହମପୁରକୁ ଉଦଳା ଜାଲଦା ଗ୍ରାମର ଜଣେ ଯୁବକ ଯାଇଥିଲେ । ସେଠାରେ ତାଙ୍କ ଶ୍ୱଶୁର ଘରକୁ ସେ ଯାଇଥିଲେ । ଏହା ସହ ସେ ନିଜ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ରେଡ ଜୋନରୁ ନିଜ ଘରକୁ ଚାଲି ଆସିଥତ୍ଲେ । ଏହାର ଖବର ପାଇ ଆଜି ସକାଳ ସମୟରେ ଜାଲଦା ଗ୍ରାମର ଆଶା କର୍ମୀ ଆରତୀ ମଲ୍ଲିକ ଏବଂ ଓ୍ୱାର୍ଡମେମ୍ବର ଜୟଶ୍ରୀ ମଲ୍ଲିକ ସଂପୃକ୍ତ ଯୁବକଙ୍କ ଘରେ ପହଂଚି ତମାମ ତଥ୍ୟ ସଂଗ୍ରହ କରୁଥିଲେ ।
ଏହି ସମୟରେ ହଠାତ୍ ଯୁବକଙ୍କ ପରିବାର ଲୋକେ ଉତ୍ୟକ୍ତ ହୋଇ ଆଶା କର୍ମୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ଜୋତା ମାଡ କରିଥିଲେ । ଏହା ସହିତ ଆଶା ଏବଂ ଓ୍ୱାର୍ଡମେମ୍ବରଙ୍କ ଉପରକୁ ବିଭିନ୍ନ ମାରଣାସ୍ତ୍ର ଫୋପାଡିଥିଲେ । ଆହୁରି ମଧ୍ୟ ପରିବାର ଲୋକେ ଆଶା କର୍ମୀ ତାଙ୍କ ଘରକୁ ଯିବା ଘଟଣାକୁ ବିରୋଧ କରିଥିଲେ । ଏହାପରେ ଆଶା କର୍ମୀ ସେଠାରୁ ଫେରି ଆସିଥିଲେ । ଏନେଇ ଆରତୀ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons