ଅମାନିଆ ଲୋକଙ୍କ ପାଇଁ ପୋଲିସର ଅଭିନବ ପ୍ରୟାସ, ପ୍ଲାକାର୍ଡ ଓ ହାତଯୋଡି କଲେ ସଚେତନ

Get real time updates directly on you device, subscribe now.

ଝାରସୁଗୁଡା: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ୨୦ଜଣଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୧୮ଜଣ ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସା ହେଉଛନ୍ତି। ତେବେ ବର୍ତ୍ତମାନ ସ୍ଥିତି ସାରାଦେଶରେ ଲକଡାଉନ୍ ଘୋଷଣା କରଯାଇଛି। ଲକଡାଉନ୍ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ହୋଇଛି। କିନ୍ତୁ କିଛି ଲୋକ ନିୟମ ପାଳନ କରିବା ପରିବର୍ତ୍ତେ ନିୟମକୁ ବେଖାତିର କରିଚଲିଛନ୍ତି। ପୋଲିସର ଯେତେ କାର୍ୟ୍ୟନଷ୍ଠାନ ପରେ ମଧ୍ୟ ଲୋକ ବୁଝିବାକୁ ନାରାଜ। ଶେଷରେ ଅନାନିଆ ଲୋକଙ୍କୁ ବୁଝାଇବା ପାଇଁ ପୋଲିସର ଅଭିନବ ଉପାୟ ଆଣାଇଛି।
ଝାରସୁଗୁଡା ଜିଲ୍ଲାରେ ଅନାନିଆଙ୍କୁ ସାବଧାନ କରିବା ପାଇଁ ହାତଯୋଡି ହାତରେ ପ୍ଲାକାର୍ଡ ଧରି ଠିଆ ହେବାକୁ ପଡିଛି ପୋଲିସକୁ ଜ୍ଝଝାରସୁଗୁଡା ଜିଲ୍ଲାରେ କରୋନାକୁ ନେଇ ସରକାରୀ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଛି।ତଥାପି ଲୋକେ ଅନେକାଂଶରେ ଏହାକୁ ମାନୁ ନଥିବା ଦେଖିବା ପାଇଁ ମିଳୁଥିବାରୁ ପୋଲିସ ଆରମ୍ଭ କରିଛି ଏକ ଅଭିନବ ଉପାୟ ଜ୍ଝଅମନିଆ ଲୋକଙ୍କୁ ମନାଇବାର ଉପାୟ ଖୋଜିଛି ଜ୍ଝପୋଲିସ ହାତରେ ନିଜ ସମସ୍ୟା ଲେଖା ସହ ଲୋକଙ୍କୁ ସୁରକ୍ଷିତ ରଖିବା ସଂପର୍କିତ ପ୍ଲାକାର୍ଡ ଧରି ହାତଯୋଡି ବୁଝାଇବାକୁ ପ୍ରୟାସ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons