ଅମିତ ଶାହଙ୍କୁ ନୂଆ ଦାୟିତ୍ୱ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି । କିଛି ମନ୍ତ୍ରୀଙ୍କ ବିଭାଗ ବଦଳାଯାଇ ନୂଆ ବିଭାଗ ଦିଆଯାଇଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ନୂଆକରି ଗଠନ କରାଯାଇଥିବା ସମବାୟ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମନସୁଖ ମାଣ୍ଡଭିୟଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି । ଏଥିସହ ସେ ରସାୟନ ଓ ସାର ମନ୍ତ୍ରଣାୟର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଅଶ୍ୱିନୀ ବୈଷ୍ଣବ ନୂଆ ରେଳମନ୍ତ୍ରୀ ହୋଇଛନ୍ତି । ଏଥିସହ ତାଙ୍କୁ ଆଇଟି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପିୟୁଷ ଗୋୟଲଙ୍କୁ ଶିଳ୍ପ ଓ ବାଣିଜ୍ୟ ସହ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ମିଳିଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ମିଳିଛି । ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ସହ ଗୃହ ନିର୍ମାଣ ଓ ସହର ବ୍ୟାପାର ଦାୟିତ୍ୱ ମିଳିଛି । ରାମଚନ୍ଦ୍ର ପ୍ରସାଦ ସିଂହଙ୍କୁ ଇସ୍ପାତ ମନ୍ତ୍ରୀ କରାଯାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଛନ୍ତି । ଅନୁରାଗ ଠାକୁର ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଛନ୍ତି । ଏଥିସହ ସେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିବେ । କିରେନ ରିଜିଜୁଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ମିଳିଛି । ମୀନାକ୍ଷି ଲେଖିଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା ବେଳେ ସେ ସଂସ୍କୃତି ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ସମ୍ଭାଳିବେ । ସେହିଭଳି ବିଶେଶ୍ୱର ଟୁଡୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ଏଥିସହ ଜଳଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons