ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନମୁନା ପୁଣି ଥରେ କରୋନା ପରୀକ୍ଷା ପାଇଁ ପଠାଯାଇଥିଲାବେଳେ ତାହା ନେଗେଟିଭ୍ ବାହାରିଛି । ସେ ନିଜେ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ଏବେ ସୁସ୍ଥ ହୋଇଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ମୋର ଆରୋଗ୍ୟ କାମନା କରିଥିଲେ ଏବଂ ଏହି ସମୟରେ ମୋର ପରିବାର ଲୋକଙ୍କ ସାହସ ବଢାଇଥିଲେ ସେମାନଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ମୁଁ ଆଉ କିଛି ଦିନ ନିଜ ଘରେ କ୍ୱାରେଣ୍ଟିନରେ ରହିବି । ଚଳିତ ମାସ ୨ ତାରିଖରେ ଶାହ ସୂଚନା ଦେଇଥିଲେ ଯେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୨ ଦିନ ଚିକିତ୍ସିତ ହେବା ପରେ ସେ ଏବେ ସୁସ୍ଥ ହୋଇଛନ୍ତି ।
Comments are closed, but trackbacks and pingbacks are open.