ଅମ୍ଫାନ୍ ପ୍ରଭାବିତ କଲା ୪୫ ଲକ୍ଷ ଲୋକଙ୍କୁ:ମୁଖ୍ୟ ଶାସନସଚିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାତ୍ୟା ଅମ୍ଫାନ୍ ଯୋଗୁ ରାଜ୍ୟର ୮୯ଟି ବ୍ଲକ ପ୍ରଭାବିତ ହୋଇଛି । ୧୫୦୦ ଗ୍ରାମପଞ୍ଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ବାତ୍ୟା ଅମ୍ଫାନ୍ ସମୟରେ ୨ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କ୍ୟାବିନେଟ୍ ସଚିବ ରାଜୀବ ଗୌହାଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସେ କହିଛନ୍ତି ଯେ, ବାତ୍ୟା ଅମ୍ଫାନ୍ରେ ରାଜ୍ୟର ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏଥିସହ ୨୧୦ଟି ମେଡିକାଲଟିମ୍ ଓ ୭୫ ପଶୁ ଡାକ୍ତରୀ ଟିମ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ଗମନାଗମନ ଗୁରୁବାର ସୁଦ୍ଧା ସ୍ୱାଭାବିକ ହୋଇଯିବ । ସେସୁ ଅଞ୍ଚଳରେ ଦିନେ କିମ୍ବା ଦୁଇ ଦିନରେ ବିଜୁଳି ପୁନସଂଯୋଗ କରାଯିବ । ଏହା ସହ ଆଜି (ଗୁରୁବାର) ସୁଦ୍ଧା ୮୦ ପ୍ରତିଶତ ବିଦୁ୍ୟତ୍ ସଂଯୋଗ ଦିଆଯିବ । ଅମ୍ଫାନ୍ ବାତ୍ୟା ପରେ କ୍ଷୟକ୍ଷତି ଓ ସ୍ଥିତି ବାବଦରେ ଆଜି (ଗୁରୁବାର) କ୍ୟାବିନେଟ୍ ସଚିବ ରାଜୀବ ଗୌହାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଥିଲେ । ଏହି ସମୟରେ କୃଷି ସଚିବ, ପଞ୍ଚାୟତିରାଜ , ଶକ୍ତି ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons