ଅଯୋଧ୍ୟା ବିକାଶ କାର୍ଯ୍ୟ ନେଇ ମୋଦିଙ୍କ ବୈଠକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସହ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରିବାକୁ ପ୍ରସ୍ତୁତି କରାଯାଉଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସି ଯୋଗେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଉପ-ମୁଖ୍ୟମନ୍ତ୍ରୀ ଦିନେଶ ସର୍ମା ମଧ୍ୟ ସାମିଲ ହୋଇଥିଲେ । ଅଯୋଧ୍ୟାରେ ଶ୍ରୀରାମ ବିମାନ ବନ୍ଦରକୁ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଯୋଧ୍ୟା ବିକାଶ ମଡେଲ ପ୍ରସ୍ତୁତ କରିବାକୁ ୬ ମାସରୁ ଅଧିକ ଦିନ ହେବ ପରିଶ୍ରମ କରୁଥିବା ଅଧିକାରୀ ଏବଂ ଯନ୍ତ୍ରୀଙ୍କୁ ମୋଦି ଧନ୍ୟବାଦ ଜଣେଇଥିଲେ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କିମ୍ବା ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ବୈଠକରେ କୌଣସି ଆଲୋଚନା ହୋଇନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons