ଅରୁଣ ବୋଥ୍ରା ହେଲେ ସିଆରୟୁଟି ଏମ୍ଡି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କ୍ରାଇମ୍ବ୍ରାଞ୍ଚ ଆଇଜି ତଥା ୧୯୯୬ ବ୍ୟାଚ୍ର ଆଇପିଏସ୍ ଅଫିସ୍ର ଅରୁଣ ବୋଥ୍ରାଙ୍କୁ ନବଗଠିତ କ୍ୟାପିଟାଲ୍ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧୁରୀ ମଧ୍ୟ ଏହି ସିଆରୟୁଟିର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ବୋଥ୍ରା ଜଣେ ଦକ୍ଷ ପୁଲିସ୍ ଅଫିସର । ଏହି ଅତିରିକ୍ତ ଦାୟିତ୍ୱ ମିଳିବା ପରେ ସେ ସହରାଞ୍ଚଳ ପରିବହନ ଦାୟିତ୍ୱ ଭଲ ଭାବେ ତୁଲାଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତା’ଛଡା ସିଆରୟୁଟିରେ ଥିବା ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ଶ୍ରୀ ବୋଥ୍ରା ଅଧିକ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons