କଟକ : ପୂର୍ତ୍ତ ବିଭାଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ଅନିୟମିତତା ଅଭିଯୋଗରେ ୭ଜଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ଫଡିଛନ୍ତି । କଟକ ତାଳଦଣ୍ତା କେନାଲ ପୋଲ ନିର୍ମାଣରେ ପାଖାପାଖି ୪୫ ଲକ୍ଷ ଟଙ୍କାର ଦୁର୍ନୀତିଅଭିଯୋଗରେ ଗିରଫ ହୋଇଛନ୍ତି ।
ଭିଜିଲାନ୍ସ ଜାଲରେ ୭ ଜଣ ଯନ୍ତ୍ରୀଙ୍କ ସମେତ ଜଣେ ଠିକାଦର ପଡିଥିବାର ସୂଚନା ମିଳିଛି। ୩ ଜଣ କାର୍ୟ୍ୟରତ ଯନ୍ତ୍ରୀ ଜଣେ ଠିକାଦାର ଏବଂ ୪ ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ରଜନିକାନ୍ତ ଦଳବେହେରା ସହକାରୀ ଯନ୍ତ୍ରୀ. ସହକାରୀ ଯନ୍ତ୍ରୀ ରବିନାରାୟଣ ସାହୁ ,ସହକାରୀ ଯନ୍ତ୍ରୀ ରଞନ କୁମାର ଦେବତା, ସେହିପରି ଅବସର ଗ୍ରହଣ କରିସାରିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଧୀର କୁମାର ପଣ୍ତା , ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ, ଶୁବାଶିଷ ମହାପାତ୍ର, ଅବସରପ୍ରାପ୍ତ ଡିଭିଜିଓନାଲ ଆକାଉଣ୍ଟ୍ସ ଅଫିସର ଅବନିକାନ୍ତ ରାଉତ୍, ଏବଂ ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିମଳ ଚନ୍ଦ୍ର ଦାସଙ୍କ ସମେତ ଠିକାଦାର ତୃପ୍ତି ରଞନ ଦେବତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଏମାନଙ୍କ ବିରୋଧରେ ଦୁର୍ନୀତିର ସଙ୍ଗୀନ ଅଭିଯୋଗ ରହିଛି । କଟକ ତାଳଦଣ୍ତା କେନାଲ ପୋଲ ନିର୍ମାଣରେ ପାଖାପାଖି ୪୫ ଲକ୍ଷ ଟଙ୍କାର ଦୁର୍ନୀତିର ଅଭିଯୋଗ ହୋଇଥିଲା । ତେବେ ଏହାକୁ ନେଇ ହାଇକୋର୍ଟରେ ମାମଲା ଦାଏର ହେବାପରେ ଭିଜିଲାନ୍ସ ଏପରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବାର ସୂଚନା ମିଳିଛି ।
Comments are closed, but trackbacks and pingbacks are open.